Latest Odisha News

BREAKING NEWS

ଭାରତର ଏହି ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରବେଶ କରିନାହିଁ କରୋନା ଭାଇରସ !

ରାଞ୍ଚି: ସାରା ବିଶ୍ୱରେ କରୋନା ଆତଙ୍କ । ଚୀନରୁ ସୃଷ୍ଟ ଏହି ମାରାତ୍ମକ ଭୂତାଣୁ ଏବେ ସାରା ବିଶ୍ୱରେ ରଚୁଛି ମୃତ୍ୟୁର ତାଣ୍ଡବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଏପର୍ଯ୍ୟନ୍ତ ଏହା ୧୯୯ ଟି ଦେଶକୁ ନିଜ କବଳକୁ ନେଇ ସରିଛି ।

ଭାରତରେ ମଧ୍ୟ ଏହି ଭୂତାଣୁ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଶେଷ ରିପୋର୍ଟ ସୁଦ୍ଧା ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨୪ ରେ ପହଞ୍ଚି ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୪ ଛୁଇଁଲାଣି ।

ଭାରତର ପ୍ରୟତଃ ସମସ୍ତ ରାଜ୍ୟରେ କରୋନା ପ୍ରବେଶ କରି ସାରିଥିବା ବେଳେ ଗୋଟିଏ ରାଜ୍ୟ ଏପରି ରହିଛି ଯେଉଁଠାରୁ ଏପର୍ଯ୍ୟନ୍ତ ଗୋଟିଏ ମଧ୍ୟ କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସି ନାହିଁ।

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ଝାଡଖଣ୍ଡ ରାଜ୍ୟରେ କରୋନା ଗୋଟିଏ ବି ମାମଲା ଆସିନି। ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୯୩ ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ କରାଯାଇଛି। ଏଥିମଧ୍ୟରୁ ୮୫ ଜଣ ନକାରାତ୍ମକ ରିପୋର୍ଟ କରିଛନ୍ତି। ତେବେ ୭ ଜଣଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ଆସିବା ବାକି ରହିଛି ।

ସ୍ୱାସ୍ଥ୍ୟ ସଚିବ ନିତିନ କୁଲକର୍ନି ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୧୪୬୯ ଟି କ୍ୱାରେଣ୍ଟାଇନ ବେଡ ଏବଂ ୫୫୭ ଟି ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରାଯାଇଛି।

ଏହା ସତ୍ତ୍ୱେ ମଧ୍ୟ ଏଠାରେ ଅନ୍ୟ ରାଜ୍ୟ ଗୁଡିକ ଭଳି ଲକଡାଉନକୁ କଡାକଡି ଭାବରେ ପାଳନ କରାଯାଇଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଲୋକଙ୍କୁ ଘରୁ ନବହାରିବାକୁ ନିବେଦନ କରିବା ସହ କୌଣସି କଲବଜାରି ଉପରେ ନଜର ରଖିବାକୁ ପ୍ରଶାସନକୁ ଦାୟିତ୍ୱ ଦେଇଛନ୍ତି ।

Leave A Reply

Your email address will not be published.