Latest Odisha News

BREAKING NEWS

କରୋନା ମୁକାବିଲା: ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପାଣ୍ଠିକୁ ବିସିସିଆଇ ଦେଲା ୫୧ କୋଟି

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ବିସିସିଆଇର ୫୧ କୋଟି ଟଙ୍କା ସହାୟତା ଘୋଷଣା । ଇଣ୍ଡିଆନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ୍ ଇଣ୍ଡିଆ(ବିସିସିଆଇ) ପକ୍ଷରୁ ଏ ନେଇ ଶନିବାର ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ବିସିସିଆଇ ଓ ରାଜ୍ୟ କ୍ରିକେଟ ବୋର୍ଡଙ୍କଠାରୁ ଆଦାୟ ଏହି ଅର୍ଥ ରାଶି ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଦିଆଗଲା ବୋଲି ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଧ୍ୟ ଟ୍ୱିଟ୍ କରି ଜଣାଇଛନ୍ତି ।

ପୂର୍ବରୁ ସଚିନ ତେନ୍ଦୁଲକର କରୋନା ମୁକାବିଲା ପାଇଁ ୫୦ଲକ୍ଷ ପ୍ରଦାନ କରିଥିବା ବେଳେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନା ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ସୁରେଶ ରାଇନା ୩୧ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ଓ ୨୧ ଲକ୍ଷ ଟଙ୍କା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିଛନ୍ତି ।

Leave A Reply

Your email address will not be published.