Latest Odisha News

BREAKING NEWS

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଘର ସମାଲୋଚକ ନଥିଲେ: RSS ନେତା

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର(RSS)ର ସମାଲୋଚକ ନଥିଲେ। ବରଂ ସଂଘର ପ୍ରତିଷ୍ଠାତାଙ୍କ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା। ଏଥିପାଇଁ ସଂଘ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଧୁମ୍‌ଧାମରେ ପାଳନ କରେ ବୋଲି ଆର୍‌ଏସ୍‌ଏସ୍‌ର ପୂର୍ବ କ୍ଷେତ୍ର ସଂଘ ଚାଳକ ଅଜୟ ନନ୍ଦୀ କହିଛନ୍ତି।

ଜାନୁଆରୀ ୨୩ ତାରିଖରେ ନେତାଜୀଙ୍କ ଜନ୍ମବାର୍ଷିକୀକୁ ଧୁମ୍‌ଧାମରେ ପାଳନ କରିବ ଆର୍‌ଏସ୍‌ଏସ୍। ଏଥିପାଇଁ ସଂଘ ମୁଖ୍ୟ ମୋହନ ଭାଗବତ କୋଲକାତାରେ ଏକ ମେଗା ରାଲିକୁ ସମ୍ବୋଧନ କରିବା ସହ ନେତାଜୀଙ୍କୁ ଶ୍ରାଦ୍ଧାଞ୍ଜଳି ଦେବେ।

ତେବେ ୨୩ ତାରିଖରେ ରାଲି ଥିବା ବେଳେ ତା ପୂର୍ବରୁ ଆର୍‌ଏସ୍‌ଏସ୍‌ ସହ ନେତାଜୀଙ୍କ ସମ୍ପର୍କକକୁ ନେଇ ଏପରି କହିଛନ୍ତି ପୂର୍ବ କ୍ଷେତ୍ର ସଂଘ ଚାଳକ ଅଜୟ ନନ୍ଦୀ। ‘ନେତାଜୀ ଲାହ ପ୍ରମାଣ’ ନାଁରେ ଆର୍‌ଏସ୍‌ଏସ୍ ତାଙ୍କ ଜନ୍ମଦିନ ପାଳନ କରିବ ବୋଲି ସେ ସୂଚନା ଦେଇଛନ୍ତି।

ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀନ ନନ୍ଦି କହିଛନ୍ତି  “ନେତାଜୀ ଓ RSS ପ୍ରତିଷ୍ଠାତା ଡା. ହେଡଗେୱାରଙ୍କ ମଧ୍ୟରେ ଖୁବ୍ ଗଭୀର ବନ୍ଧୁତ୍ୱ ଥିଲା। ଏଇ କୋଲକାତାରେ ନେତାଜୀ ହେଡ୍‌ଗେୱାରଙ୍କୁ ଭେଟିଥିଲେ। ଉଭୟ ଦେଶର ସ୍ୱାଧିନତା ପାଇଁ ଲଢ଼ିଥିଲେ। ନେତାଜୀ ନ୍ୟାସ୍ନାଲ ଆର୍ମି  (NIA) ଗଠନ କରିଥିବା ବେଳେ ହେଡଗେୱାର RSS ଗଠନ କରିଥିଲେ।”

ଅଜୟ ଆହୁରି କହିଛନ୍ତି ଯେ ୧୯୪୦ରେ ଯେତେବେଳେ ନେତାଜୀ  ନାଗପୁର ଭ୍ରମଣରେ ଆସିଥିଲେ। ସେ ଏଠାରେ ହେଡ୍‌ଗେୱାରଙ୍କୁ ଭେଟିଥିଲେ। ତେବେ ଅନେକ ସମୟରେ ସୁଭାଷ RSSର ବଡ଼ ସମାଲୋଚକ ଥିଲେ ବୋଲି ଚର୍ଚ୍ଚା ହୋଇଥାଏ। ଏହାରି ଉପରେ ଅଜୟ ଟିପ୍ପଣୀ କରି କହିଥିଲେ ଯେ ନେତାଜୀ RSSର ସମାଲୋଚକ ନଥିଲେ। ଏନେଇ କୌଣସି ପ୍ରମାଣ ନାହିଁ। କେହି କିଛି ବି ଲେଖିପାରିବ କହିପାରିବ। କିନ୍ତୁ ନେତାଜୀ RSS ଓ ଏହାର ଆଦର୍ଶକୁ ସମାଲୋଚନା କରୁଥିଲେ ସେ ନେଇ କୌଣସି ପ୍ରମାଣ ନାହିଁ ବୋଲି ସେ  କହିଛନ୍ତି।

 

 

Comments are closed.