Latest Odisha News

ମିଲିଲା ଆଶ୍ବସ୍ତି, ଏଥର ଜମିବ ଦୁର୍ଗା ପୂଜା ବୁଲାବୁଲି

ଭୁବନେଶ୍ବର: ଏଥର ଜମିବ ପୂଜା ବୁଲାବୁଲି । ଆଉ ନାହିଁ ବର୍ଷା ଡର । ଏଥର ପୂଜାରେ ବର୍ଷା ସମ୍ଭାବନା ନଥିବା ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ଏ ସପ୍ତାହରେ କୌଣସି ଜିଲ୍ଲାରେ ବଡ଼ ବର୍ଷାର ଭୟ ନାହିଁ ବୋଲି  ସୂଚନା ଦେଇଛି ପାଣିପାଗ ବିଭାଗ । କାରଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ଓଡ଼ିଶା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ  ।

ତେବେ ଆସନ୍ତା ଦିନେ ଦୁଇଦିନ କିଛି ସ୍ଥାନରେ ବର୍ଷାର ପ୍ରଭାବ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଏଥିପାଇଁ ବିଜୁଳି ସହ ଘଡଘଡି ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି । ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ  ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି ।

ସେପଟେ ବାୟୁମଣ୍ଡଳରେ ଆଦ୍ରତାର ପରିମାଣ ଅଧିକ ଥିବାରୁ ପାଗ କୋହଲା ରହିବା ସହ ଦିନ ସମୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି । ତେବେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ  ଆହୁରି ୨ ରୁ ୩ ଡିଗ୍ରା ବଢିଥିବାରୁ ଏଭଳି ଅନୁଭବ ହେଉଥିବା ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ପାଖାପାଖି ୭୦ ରୁ ୯୦ ପ୍ରତିଶତ ବାୟୁମଣ୍ଡଳରେ ଆଦ୍ରତା ରହିଛି । ଏଥିସହିତ ଆଉ କିଛି ଦିନ ମଧ୍ୟରେ ଓଡିଶାରୁ ମୌସୁମୀ ଫେରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏବେ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ ନାହିଁ ବୋଲି କହିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.