Latest Odisha News

ଆନନ୍ଦ ବଜାରରେ ଲାଗୁନି ଅବଢ଼ା ଦର ତାଲିକା, ମହାପ୍ରସାଦ ଦରକୁ ନେଇ ବଢ଼ୁଛି ମନମାନି

ପୁରୀ: ମହାପ୍ରସାଦକୁ ନେଇ ମନମାନି । କିଏ ଅଧିକା ଦରରେ ବିକୁଛି ତ ଆଉ କିଏ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର କରୁଛି । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରକୁ ଆସୁଥିବା ପ୍ରତିଟି ଭକ୍ତର ଆଶା ଥାଏ ସେ ଶ୍ରୀଜୀଉଙ୍କ ଦର୍ଶନ ସହ ଆନନ୍ଦ ବଜାରରେ ପାଇବ ମହାପ୍ରସାଦ । ହେଲେ ଦିନକୁ ଦିନ ଆନନ୍ଦ ବଜାରରେ ଶ୍ରଦ୍ଧାଳୁଙ୍କ ସହ ଦୁର୍ବ୍ୟବହାର ବଢ଼ିବା ସହ ଅଣସେବାୟତଙ୍କ ଦୌରାତ୍ମ ବୃଦ୍ଧି ଧାର୍ମିକ ମହତ୍ତ୍ୱକୁ ନଷ୍ଟ କରିବାରେ ଲାଗିଛି । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଭକ୍ତଙ୍କୁ ଦୁର୍ବ୍ୟବହାର କରି ଗିରଫ ହୋଇଛନ୍ତି ଜଣେ ଅଣସୁପକାର ଅବଢ଼ା ବିକ୍ରେତା ।

ଅବଢ଼ାର ଚଢ଼ା ଦରକୁ ନେଇ ଶ୍ରଦ୍ଧାଳୁ କହିଛନ୍ତ, ଧାର୍ମିକ ସ୍ଥଳକୁ ବ୍ୟବସାୟ ସ୍ଥଳୀରେ ପରିଣତ କରା ନଯାଉ । ଆନନ୍ଦ ବଜାରରେ ବିଶୃଙ୍ଖଳାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ । ଅରୁଣ ସ୍ତମ୍ଭ ଠାରୁ ଆରମ୍ଭ କରି ଭିତରକାଠ ସବୁଠି ପୋଲିସ ସୁରକ୍ଷା ରହିଥିବା ବେଳେ ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ସୁରକ୍ଷା ବ୍ୟବସ୍ଥା ନାହିଁ । ଯାହାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ଅବଢ଼ା, ମହାପ୍ରସାଦ ଓ ଶୁଖିଲା ପ୍ରସାଦ ବିକ୍ରେତା ଦୋକାନରେ ଅଣସେବାୟତଙ୍କୁ ନ ରଖିବାକୁ ବିଜ୍ଞପ୍ତି ଜାରି ହୋଇଥିବା ଏବଂ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ ଓ ସୁପରଭାଇଜରଙ୍କୁ ଚିଠି କରାଯାଇଥିବା କହିଛନ୍ତି ।

ଆନନ୍ଦ ବଜାରରେ ଅବଢ଼ାର ଦରକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବା ବେଳେ କାହିଁକି ଲାଗୁନି ଦର ତାଲିକା ? ଏନେଇ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ସ୍ଥିତି କେବେ ସୁଧୁରିବ ନା ଶ୍ରଦ୍ଧାଳୁ ପୁଣି ଶୋଷଣର ଶିକାର ହେବେ, ଦେଖିବାର କଥା ।

Leave A Reply

Your email address will not be published.