Latest Odisha News

BREAKING NEWS

ନବୀନ ସରକାର ଘୋଷଣା କରିଥିବା ନୂଆ ଏନଏସିର ରେକର୍ଡ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ନବୀନ ସରକାର ଘୋଷଣା କରିଥିଲେ ୩୪ଟି ନୂଆ ଏନଏସି ଏବଂ ୫ଟି ଏନଏସକୁ ପୌରପରିଷଦ। କିନ୍ତୁ ଏହାର କୌଣସି ରେକର୍ଡ ନାହିଁ। ଯାହା ଘୋଷଣା ହୋଇଛି କେବଳ ମୁହଁରେ। ନୂଆ ସରକାରର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ନ ଚନ୍ଦ୍ର ମହାପାତ୍ର ଏହା କହିଛନ୍ତି।

ପାଲଲହଡା, ପାଇକମାଳ, ଭେଡେନ, ବସ୍ତା, ସିମୁଳିଆ, ଆଗରପଡା, ଛେଣ୍ଡିପଦା, ସଇଁତଳା ସମେତ ୩୪ଟି ନୂଆ ଏନଏସି ଘୋଷଣା କରିିଥିଲେ ନବୀନ ସରକାର। ପର୍ଯ୍ଯାୟ କ୍ରମେ ଏହି ଘୋଷଣା ହୋଇଥିଲା। ଯାହାକୁ ତୃଣମୂଳ ସ୍ତରରେ ବିଜେଡି କର୍ମୀ ପ୍ରସଙ୍ଗ କରିଥିଲେ।

କିନ୍ତୁ ଏବେ ମନ୍ତ୍ରୀଙ୍କ ବୟାନ ପ୍ରସଙ୍ଗକୁ ଆହୁରି ତତାଇ ଦେଇଛି। ନିର୍ବାଚନରେ ବିଜୟୀ ହେବାକୁ ଯାଇ ନବୀନ ସରକାର ଏଭଳି ଏକ ମିଛ ଘୋଷଣା କରିଥିଲେ କି? ଯଦିଓ ଏହି ପ୍ରସଙ୍ଗରେ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ କିନ୍ତୁ ବୁଦ୍ଧିଜୀବୀ କହିଛନ୍ତି, ଏବେ ସେହି ସବୁର ସମୀକ୍ଷା ହେବା ଦରକାର। ଘୋଷଣା ହୋଇଥିବା ସ୍ଥାନ ଗୁଡିକ ଏନଏସି ମାନ୍ୟତା ପାଇବାକୁ ହକଦାର କି ନାହିଁ। ନୂଆ ସରକାର ଏସବୁର ସମୀକ୍ଷା କରିବା ପରେ ନିଷ୍ପତ୍ତି ନେବାର ଆବଶ୍ୟକ ରହିଛି ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.