Latest Odisha News

BREAKING NEWS

ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି, ୭ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି ଜାରି ରହିଥିବା ବେଳେ ୭ଟି ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।

ଆଇଏମଡିର ସନ୍ଧ୍ୟା ବୁଲେଟିନ ଅନୁଯାୟୀ ୫ଟି ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା। ତନ୍ମଧ୍ୟରେ ଫୁଲବାଣୀ ୫.୮ ଡିଗ୍ରୀ ଏବଂ ଝାରସୁଗୁଡା (୭), ଦାରିଙ୍ଗବାଡି (୮), କେନ୍ଦୁଝର (୯.୯) ଏବଂ ସୁନ୍ଦରଗଡ (୮.୫)।

ଏହାବ୍ୟତୀତ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ନେଇ ହଳଦିଆ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.