ଭୁବନେଶ୍ୱର: ରାଜ୍ୟରେ ଅନେକ ଗ୍ରାମାଂଚଳରେ ରାସ୍ତାର ସ୍ଥିତି ଦୟନୀୟ ରହିଛି । ସେଥିମଧ୍ୟରୁ ଅନେକ ଗାଁକୁ ରାସ୍ତା ନାହିଁ । ଆଉ ଯେଉଁଠି ରାସ୍ତା ଅଛି ତାହା ମଧ୍ୟ ଶୋଚନୀୟ । ଏନେଇ ଆଜି ଗୃହରେ ଉଦ୍ବେଗ ପ୍ରକାଶ କରିଛନ୍ତି ଉଭୟ ଶାସକ ଦଳ ଓ ବିରୋଧୀ ନେତା ।
ଆଜି ବିଧାନସଭା ଅଧିବେଶନ ପ୍ରଶ୍ନକାଳରେ ବିଜେଡି ବିଧାୟକ ମନୋହର ରାନ୍ଧାରୀ, ଅନନ୍ତ ଦାସ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କୁସୁମ ଟେଟେ, ପ୍ରମୋଦ ମଲ୍ଲିକ ଗ୍ରାମାଂଚଳ ରାସ୍ତା ଉପରେ ପ୍ରଶ୍ନ ଉଠାଇଥିଲେ । ଏହାର ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ ଯେ, ୨୦୦୧ ଜନଗଣନା ଅନୁଯାୟୀ ରାଜ୍ୟରେ ୫୦୧୭୮ ଗାଁ ଅଛି । ଏଥିରୁ ୨୯୫୩୭ ଗାଁକୁ ରାସ୍ତା ଅଛି । ୪୨୬୪ ଗାଁକୁ ଯୋଗାଯୋଗ ପାଇଁ ରାସ୍ତା ନାହିଁ । ତେବେ ୧୮, ୬୭୭ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କରିବା ପାଇଁ ଯୋଜନା ହୋଇଥିଲା ।
ଏଥିରୁ ରାଜ୍ୟର ୧୭୦୮୯ ଗାଁକୁ ରାସ୍ତା ମାଧ୍ୟମରେ ସଂଯୋଗ କରିବାକୁ ଅର୍ଥ ମଂଜୁର ହୋଇଥିଲା । ସେଥିରୁ ୧୬,୩୪୭ ଗାଁକୁ ସଂଯୋଗ ସରିଛି । ଅନ୍ୟ ୭୩୨ଟି ଗାଁକୁ ସଂଯୋଗ କାମ ଚାଲିଛି । ପ୍ରଧାନମନ୍ତ୍ରୀ ସଡକ ଯୋଜନା-୨ରେ ୧୬୧୫.୫୧ କୋଟି ଟଙ୍କା ଅନୁମୋଦନ ହୋଇଛି । ଏହା ବ୍ୟତୀତ ୧୮ଟି ଆଇଏପି ଜିଲ୍ଳାର ୨୫୦ରୁ ଅଧିକ, ନନ୍ ଆଇଏପି ଜିଲ୍ଲାର ୫ଶହରୁ ଅଧିକ ଓ ମାଓବାଦୀ ପ୍ରବଣ ଅଂଚଳରେ ଶହେରୁ ଅଧିକ ଗାଁକୁ ରାସ୍ତା କାମ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।
BREAKING NEWS
- ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ୪ ବସ୍ ଜବତ…ଥିଲା ନକଲି ନମ୍ବର ପ୍ଲେଟ୍, ଲାଗିଲା ମୋଟା ଫାଇନ
- ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ;୪ ହଜାର ଟଙ୍କା ନେଇଯାଇଥିବା ସନ୍ଦେହରେ ବନ୍ଧୁକୁ ହତ୍ୟା
- Naxalites Surrender:୫୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ରହିଛି ୧କୋଟି୪୧ ଲକ୍ଷ
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
Comments are closed.