Latest Odisha News

BREAKING NEWS

ହନୁମାନ ଚାଲିଶା ପରେ ‘ସୁନ୍ଦରାକାଣ୍ଡ’ ପାଠ କରିବ ଆପ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ହନୁମାନଙ୍କ ନାଁରେ ଆରମ୍ଭ ହୋଇଥିବା ରାଜନୀତି ଏବେ ବି ଜାରି ରହିଛି । ଆମ୍ ଅଦମୀ ପାର୍ଟି ଏବେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ସୁନ୍ଦରାକାଣ୍ଡ ପାଠ କରିବ । ଏନେଇ ଆପ୍ ବିଧାୟକ ସୌରଭ ଭରଦ୍ୱାଜ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ମାସର ପ୍ରଥମ ମଙ୍ଗଳବାର ଦିନ ସୁନ୍ଦରାକାଣ୍ଡ ପାଠ କରାଯିବ । ପ୍ରତି ମାସରେ ଏହା ଭିନ୍ନ ଭିନ୍ନ ଅଂଚଳରେ କରାଯିବ । ପ୍ରଥମେ ଏହା ଚିରାଗ ଦିଲ୍ଲୀ ମେଟ୍ରୋ ଷ୍ଟେସନ ନିକଟ ପୁରୁଣା ଶିବ ମନ୍ଦିରରେ କରାଯିବ । ତେବେ ଏହି ଘୋଷଣା ଦଳ ପକ୍ଷରୁ କରାଯାଇଛି ନାଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ଆରମ୍ଭ ହୋଇଥିଲା ହନୁମାନ ଚାଳିଶା ରାଜନୀତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହନୁମାନ ମନ୍ଦିରକୁ ପୂଜା କରିବାକୁ ପାଇଁ ଯାଇଥିବା ବେଳେ ଏହାକୁ ନେଇ ବିଜେପି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ ଟିପ୍ପଣୀ କରିଥିଲେ । ସେ କହିଥିଲେ ଯେ, କେଜ୍ରିୱାଲ ଯେଉଁ ହାତରେ ଜୋତା ବାହାର କଲେ ସେହି ହାତରେ ଭଗବାନଙ୍କୁ ପୂଜା କରିଛନ୍ତି । ସେ ଭଗବାନଙ୍କୁ ଅଶୁଦ୍ଧ କରିଦେଇଛନ୍ତି ବୋଲି କହିଥିଲେ । ଏହାକୁ ନେଇ ଦିଲ୍ଲୀ ନିର୍ବାଚନରେ ହନୁମନାଙ୍କ ନାଁରେ ରାଜନୀତି ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.