Latest Odisha News

BREAKING NEWS

ମାଲକାନଗିରିରେ ଭାରରେ ବୁହା ହେଲା ରୋଗୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ସେବାର କରୁଣ ଚିତ୍ର । ରାସ୍ତା ଖରାପ ଯୋଗୁଁ ଗାଁକୁ ଯାଇ ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ । ଫଳରେ ଭାରରେ ବୁହା ହେଲେ ରୋଗୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ଚେପୁଲପଡା ଗ୍ରାମରେ ।

ସୂଚନା ମୁତାବକ ଚେପୁଲପଡା ଗ୍ରାମର ଗବର୍ଦ୍ଧନ ଖିଲ ନାମକ ଜଣେ ଯୁବକ ଗଛରୁ ପଡି ତାଙ୍କର ଗୋଡ ଭାଙ୍ଗି ଯିବା ସହ ସେ ଗୁରୁତର ହୋଇ ପଡ଼ିଥିଲେ । ରାସ୍ତା ନଥିବାରୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ। ଫଳରେ ଘଞ୍ଚ ଜଙ୍ଗଲ ଖାଲ ଢିପ ,ପଥୁରିଆ ରାସ୍ତାରେ ଭାର କରି ସ୍ଥାନୀୟ ଲୋକେ ଯୁବକଙ୍କୁ ମେଡିକାଲ ନେଇଛନ୍ତି ।

ସ୍ବାସ୍ଥ୍ୟ ସେବା ଲାଗି ଆଦିବାସୀ ଲୋକେ ନିଜ ଜୀବନକୁ ବାଜି ଲଗାଇ ନଦୀ ନାଳ ପାର ହୋଇ ମାଇଲ ମାଇଲ ରାସ୍ତା ଏମିତି ଚାଲି ଯାଉଛନ୍ତି । ସ୍ୱଭିମାନ ଅଞ୍ଚଳରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି କେବେ ପଡିବ ସେ ଅପେକ୍ଷାରେ ଅଞ୍ଚଳବାସୀ।

Leave A Reply

Your email address will not be published.