Latest Odisha News

BREAKING NEWS

ଦେଶରେ ୪,୮୬୮ରେ ପହଞ୍ଚିଲାଣି ଓମିକ୍ରନ୍‌ ମାମଲା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତର ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫୦୦୦ରେ ପହଞ୍ଚିଲାଣି। ଦେଶରେ ଏପର୍ଯ୍ୟନ୍ତ ୪,୮୬୮ ଟି ମାମଲା ଦେଶରେ ଏପର୍ଯ୍ୟନ୍ତ ରିପୋର୍ଟ ହୋଇଛି।

ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ଯଥାକ୍ରମେ ୧୨୮୧ ଏବଂ ୬୪୫ ମାମଲା ସହିତ ଆଗରେ ରହିଛି। ଏବେ ସର୍ବାଧିକ ମାମଲାରେ ଦିଲ୍ଲୀକୁ ପଛରେ ପକାଇ ଦେଇଛି ରାଜସ୍ଥାନ।

୧୦ ଟି ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହେଉଛି କର୍ଣ୍ଣାଟକ (୪୭୯), କେରଳ (୩୫୦), ପଶ୍ଚିମବଙ୍ଗ (୨୯୪), ଉତ୍ତରପ୍ରଦେଶ (୨୭୫), ଗୁଜୁରାଟ (୨୩୬), ତାମିଲନାଡୁ (୧୮୫), ଏବଂ ହରିୟାଣା (୧୬୨) ଅନ୍ତର୍ଭୁକ୍ତ।

ଦେଶ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରିଥିବା ମୋଟ ୪,୮୬୮ ଓମିକ୍ରନ୍ ମାମଲା ମଧ୍ୟରୁ ୧,୮୦୫ ଜଣ ଆରୋଗ୍ୟ ଲାଭ କରିଛନ୍ତି।

Leave A Reply

Your email address will not be published.