Latest Odisha News

BREAKING NEWS

ମାଲକାନଗିରିରେ ବିଏସଏଫ ବାହିନୀର ଜନକଲ୍ୟାଣ କାର୍ଯ୍ୟକ୍ରମ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିଏସଏଫ ବାହିନୀ ପକ୍ଷରୁ ଜନକଲ୍ୟାଣ କାର୍ଯ୍ୟକ୍ରମ ଆରମ୍ଭ । ଆଣ୍ଟି ନକ୍ସଲ ଅପରେସନ ସହ ବିଏସଏଫ ବାହିନୀର ଯବାନମାନେ ପ୍ରତିମାସରେ ଗୋଟିଏ ଆଦିବାସୀ ଗାଁରେ ଜନ କଲ୍ୟାଣ କାର୍ଯ୍ୟକ୍ରମ କରିବେ । ଗରିବ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଘରୋଇ ସାମଗ୍ରୀ ଓ ଖାଦ୍ୟ ବସ୍ତ୍ର ବଣ୍ଟନ କରାଯିବ । ଏହି ପର୍ଯ୍ୟାୟରେ ଆଜି ମାଓ ପ୍ରବଣ ସ୍ୱାଭିମାନ ଅଞ୍ଚଳର ଆନ୍ଧ୍ର ଓଡ଼ିଶା ସୀମାନ୍ତ ଗାର୍ଗୀପଦର ଗାଁ ସହ ଓଡ଼ିଶା ଛତିଶଗଡ଼ ସୀମାନ୍ତ ଟେମୁରପାଲ୍ଲୀ ଓ କିଆଙ୍ଗ ଗାଁରେ କାର୍ଯ୍ୟକ୍ରମ ହୋଇଥିଲା ।

ଗତ ୭ ଦଶନ୍ଧି ଧରି ଏହି ଗାଁ ସବୁ ନକ୍ସଲପନ୍ଥିଙ୍କ କବଜାରେ ରହିଛି । ଗାଁର ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଥିଲେ ଦିନେ ନକ୍ସଲ ସମର୍ଥକ । ମାଲକାନଗିରି ପୋଲିସର ଉଦ୍ୟମରେ ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳ ସହ ମାଥିଲି ବ୍ଲକର ଟେମୁରପାଲ୍ଲୀ ଓ କିଆଙ୍ଗ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ସ୍ଥାପନା ହେବା ପରେ ଗାଁର ଚିତ୍ର ବଦଳିଛି । ନକ୍ସଲମାନେ ଆଦିବାସୀମାନଙ୍କୁ ଭୟବୀତ କରି ନିଜ କବଳରେ ରଖୁଥିବାବେଳେ ଯବାନମାନେ ଆଦିବାସୀଙ୍କ ନିକଟତର ହୋଇ ସେମାନଙ୍କ ସୁଖ ଦୁଃଖରେ ସାମିଲ ହୋଇଛନ୍ତି ।

ଗରିବ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ଘରୋଇ ସାମଗ୍ରୀ ବଣ୍ଟନ କରି ସେମାନଙ୍କ ସହ ଭୋଜିଭାତ କରି ଖାଇଥିଲେ । ପରେ ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ଦିଆଯାଇଥିଲା । ଏହାସହ ଶୀତବସ୍ତ୍ର ଚାଷ ସାମଗ୍ରୀ ଓ ଘରୋଇ ଉପକରଣ ମଧ୍ୟ ବଣ୍ଟାଯାଇଥିଲା । ଆଦିବାସୀ ଲୋକଙ୍କ ନିକଟତ ହୋଇ ନକ୍ସଲ ସମସ୍ୟାର ସମାଧାନ କରିବାକୁ ନୂତନ କୌଶଳ ଆପଣେଇଛନ୍ତି ସୁରକ୍ଷା ବାହିନୀ ।

Leave A Reply

Your email address will not be published.