ନବରଙ୍ଗପୁର: ଅଭାବ ଅନଟନ ଭିତରେ ବିତୁଛି ଜୀବନ । ମାଳ ମାଳ ଫମ୍ପା ପ୍ରତିଶ୍ରୁତି ଭିତରେ ନୟାନ୍ତ ଗାଁର ଲୋକେ । ଏବେ ପୁଣି ସେହି ଭୋଟ ନେବାକୁ ପ୍ରାର୍ଥୀଙ୍କ ଭିଡ଼ । ହେଲେ ଏବେ କିନ୍ତୁ ଲୋକେ କିନ୍ତୁ ନିଜ ଜିଦ୍ ରେ ଅଟଳ। କାମ ନାହିଁ ତ ଭୋଟ ନାହିଁ। ଚଳିତ ଥର ଭୋଟ୍ ବର୍ଜନ କରିଛନ୍ତି ନବରଙ୍ଗପୁରର ଲଦିପଦର ଓ ବରଡାଯୋଡି ଗାଁର ଲୋକ ।
ବଣ ପାହାଡ ଘେରା ୧୬୮ ଭୋଟର ଥିବ ଏହି ଗାଁରେ ରାସ୍ତା ନଥିବା ବେଳେ ଶିକ୍ଷା ସ୍ୱାସ୍ଥ୍ର୍ର୍ୟ ବିପର୍ଯ୍ୟସ୍ତ। ଏବେ ବି ଲୋକେ ଖଟିଆରେ ବୁହା ହୋଇ ଯାଉଛନ୍ତି । ଅଭିଯୋଗ ପରେ ବି କୌଣସି ସମାଧାନ ହୋଇନି। ଏବେ ପୁଣି ନିର୍ବାଚନ ଡ୍ରାମା ଆରମ୍ଭ ହୋଇଗଲାଣି । ହେଲେ ଲୋକ ନିଜ ଜିଦ୍ ରେ ଅଛନ୍ତି। ଚଳିତ ଥର କୌଣସି ହାଲ୍ ରେ ବି ଭୋଟ୍ ନଦେବାକୁ ନିଷ୍ପତ୍ତି ନେଇଛନ୍ତି।
ଗାଁ ଭିତରେ ନିର୍ବାଚନୀ ପ୍ରଚାର ଚାଲିଛି । ହେଲେ କାମ ନହେଲେ କୌଣସି ହାଲରେ ବି ଭୋଟ୍ ନଦେବାକୁ ରୋକ୍ ଠୋକ୍ ମନା କରିଦେଇଛନ୍ତି ଗାଁର ଲୋକେ।
Comments are closed.