Latest Odisha News

BREAKING NEWS

ଭୋଟ ବର୍ଜନ କଲେ ଗ୍ରାମବାସୀ

ତିର୍ତ୍ତୋଲ: ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଭୋଟ ବର୍ଜନ କରିଛନ୍ତି ୫ଟି ୱାର୍ଡର ଭୋଟର । ଏହି ଅଭିଯୋଗ ଆସିଛି ତିର୍ତ୍ତୋଲରୁ । ରାସ୍ତା ନାହିଁ ତ ଭୋଟ ନାହିଁ । ଏଭଳି ରୋକଠୋକ ଶୁଣାଇଛନ୍ତି ଗ୍ରାମବାସୀ ।

କଟରା ପଂଚାୟତର ବେଗୁନିଆ ଗାଁର ୫ଟି ୱାର୍ଡ଼ ରାସ୍ତା ସମସ୍ୟା ନେଇ ଭୋଟ ବର୍ଜନ କରିବା ପାଇଁ ଚେତାବନୀ ଦେଇଥିଲେ । ଅନେକ ବୁଝାସୁଝା ପରେ ୪ଟି ୱାର୍ଡ଼ ମତଦାନ ଦେଉଥିବା ବେଳେ ୧୯ ନମ୍ବର ୱାର୍ଡ଼ ଜିଦରେ ଅଟଳ ରହିଛି । ହାଜିନଗର ୱାର୍ଡ଼ରେ ଏଯାଏଁ ମତଦାନ ହୋଇନାହିଁ । ରାସ୍ତା ନହେବା ପର୍ଯ୍ୟନ୍ତ ଭୋଟ ବର୍ଜନ କରିବେ ବୋଲି ଜିଦରେ ରହିଛନ୍ତି ଲୋକେ ।

ଗୋଟିଏ ପଟେ ଶାନ୍ତିଶୃଂଖଳାରେ ଚାଲିଛି ମତଦାନ ଆଉ ଗୋଟିଏ ପଟେ ନେତାଙ୍କ ପ୍ରତିଶ୍ରୁତିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଭୋଟର । ଗାଁର ସମସ୍ୟା ତଥା ଗାଁ ପାଇଁ ରାସ୍ତା ତିଆରି ନକଲେ ଭୋଟ୍ ଦେବୁ ନାହିଁ ବୋଲି ଚରମ ବାଣୀ ଶୁଣାଇଛନ୍ତି ହାଜିନଗର ଗାଁ ଲୋକେ ।

Leave A Reply

Your email address will not be published.