Latest Odisha News

BREAKING NEWS

ଅଲିମ୍ପିକ୍‌ ଭିଲେଜ୍‌ରେ ସେକ୍ସ, ପାର୍ଟି, ସପିଂ ମନା: ଟୋକିଓ ପ୍ଲେବୁକ୍‌ରେ ଆସିଲା ନୂଆ ଗାଇଡ୍‌ଲାଇନ୍ସ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା କ୍ରୀଡ଼ାବିତଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ । ଅଲିମ୍ପିକ୍‌ ଭିଲେଜ୍‌ରେ କ୍ରୀଡ଼ାବିତ୍‌ଙ୍କୁ ସେକ୍ସ, ପାର୍ଟି ଏବଂ ସପିଂ କରିବାକୁ ବାରଣ କରାଯାଇଛି । ଏନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ପକ୍ଷରୁ ବୁଧବାର ପ୍ରଥମ ‘ପ୍ଲେବୁକସ୍‌’ ପ୍ରକାଶ ପାଇଛି ।

କରୋନା ପାଇଁ ସ୍ଥଗିତ ଥିବା ଅଲିମ୍ପିକ୍ ପୁଣିଥରେ ଟୋକିଓ​‌ରେ ଆୟୋଜିତ ହୋଇଥିବାରୁ ସେଠାକୁ ଯାତ୍ରା କରୁଥିବା ସମସ୍ତ କ୍ରୀଡ଼ାବିତଙ୍କ ପାଇଁ ଗାଇଡଲାଇନ୍ସ ଜାରି କରାଯାଇଛି । ସମସ୍ତ କଟକଣା ମଧ୍ୟରେ ‘ଶାରୀରିକ ସମ୍ପର୍କ’ ରଖିବାକୁ ମଧ୍ୟ ବାରଣ କରାଯାଇଛି ।

ପ୍ଲେବୁକ୍‌ ଅନୁସାରେ କ୍ରୀଡ଼ାବିତମାନେ ହାତ ମିଳାଇବା ଏବଂ ଆଲିଙ୍ଗନଠୁ ଦୂରରେ ରହିବେ । କୌଣସି ପ୍ରକାର ଆଲୋଚନା ବେଳେ ପ୍ରତ୍ୟେକ ଖେଳାଳି ୨ ମିଟର ଦୂରତାରେ ଛିଡ଼ା ହେବେ । ଯଦି ସମ୍ଭବ ନୁହୁଏ ତେବେ ଏକ ମିଟର ଦୂରତା ରହିବା ଜରୁରୀ । ଏହାବ୍ୟତୀତ ବିମାନବନ୍ଦରରେ ପହଞ୍ଚିବା ପରେ କୌଣସି କ୍ରୀଡ଼ାବିତ କିଛି କିଣାକିଣି କରିପାରିବେ ନାହିଁ । ଏପରିକି କୌଣସି ରେଷ୍ଟୋରାଣ୍ଟ ଏବଂ ବାର ଯିବା ଉପରେ ବି କଟକଣା ଲଗାଇଛି ଆଇଓସି ।

ଟୋକିଓ ଅଭିମୁଖେ ଯାତ୍ରା କରୁଥିବା ପ୍ରତ୍ୟେକ କ୍ରୀଡ଼ାବିତ, ଅତିଥି, ମ୍ୟାନେଜମେଣ୍ଟ ଟିମ୍‌ ସଦସ୍ୟ ସମସ୍ତଙ୍କୁ ୧୪ ଦିନ ଯାଏଁ ନଜରରେ ରଖାଯିବ । ପ୍ରତ୍ୟେକ ଯାତ୍ରୀଙ୍କ କରୋନା ପରୀକ୍ଷା ପହଞ୍ଚିବା ବେଳେ ଏବଂ ଫେରିବା ବେଳେ କରାଯିବ । ଏହାସହ ପ୍ରତି ୪ ଦିନରେ ଥରେ ମଧ୍ୟ କରୋନା ପରୀକ୍ଷା କରାଯିବ । ଯେଉଁମାନେ କରୋନା ପଜିଟିଭ୍‌ ଚିହ୍ନଟ ହେବେ ସେମାନଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯିବ ।

Leave A Reply

Your email address will not be published.