Latest Odisha News

BREAKING NEWS

ବାହାରି ପାରିଲାନି ନିଷ୍କର୍ଷ; ଜାରି ରହିବ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ୱର: ଆଜି ମଧ୍ୟ ରାଜ୍ୟରେ ଜାରି ରହିବ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଖାରବେଳ ଭବନରେ ବସିଥିବା ରାଜ୍ୟ ପରିବହନ ମନ୍ତ୍ରୀ, କମିଶନର ଓ ସଚିବଙ୍କ ସହ ୪ ଘଣ୍ଟାର ବୈଠକ ପରେ ବି ବାହାରିପାରିଲାନି କୌଣସି ନିଷ୍କର୍ଷ । ଡ୍ରାଇଭର ସଙ୍ଘର ସଦସ୍ୟଙ୍କ ସହ ସେମାନଙ୍କ ଦାବି ନେଇ ଆଲୋଚନା ହୋଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ।

ରାଜ୍ୟ ରାଜପଥରେ ରେଷ୍ଟରୁମ୍ ନିର୍ମାଣ ଓ ରାଜ୍ୟର ବିଭିନ୍ନ ଶିଳ୍ପରେ ଓଡ଼ିଆ ଡ୍ରାଇଭରଙ୍କୁ ନିଯୁକ୍ତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସେମାନଙ୍କ ଦାବି ପୂରଣ ଦିଗରେ କାର୍ଯ୍ୟ କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ତେବେ ଗତକାଲି ଅନୁଷ୍ଠିତ ବୈଠକରେ ଓଡ଼ିଶା ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଅନୁପସ୍ଥିତି ଥିଲେ । ତାଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛି ଡ୍ରାଇଭର ମହାସଂଘ ।

ସୂଚନା ଅନୁସାରେ ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଏହି ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି । ଏହି ଦାବି ଭିତରେ ରହିଛି ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ୍, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ଚେତାବନୀ ଦେଇଛି ।

Comments are closed.