Latest Odisha News

BREAKING NEWS

ଏବର୍ଷ ଓଡ଼ିଶାରେ ସମସ୍ତ ଛାତ୍ର ସଂସଦ ନିର୍ବାଚନ ବାତିଲ୍

ଭୁବନେଶ୍ୱର: ଏବର୍ଷର ଶିକ୍ଷାବର୍ଷରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏନେଇ ସୂଚନା ଦେଇଛନ୍ତି ।

ଏସମ୍ପର୍କରେ ବିଭିନ୍ନ ପ୍ରକାର ଗୁଜବକୁ ଦୃଷ୍ଟି ନଦେଇ ପାଠପଢାରେ ଧ୍ୟାନ ଦେବାକୁ ମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ବାତ୍ୟା ତିତିଲି ପ୍ରଭାବ ଯୋଗୁଁ ଅକ୍ଟୋବର ୧୦ ତାରିଖ ଦିନ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ବାତ୍ୟା ଯୋଗୁଁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଥିଲେ ।

ସୋସିଆଲ ମିଡ଼ିଆରେ ଏନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଏବଂ ଗୁଜବ ସୃଷ୍ଟି ହେବା ପରେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ଛାତ୍ର ସଂସଦ ନିର୍ବାଚନ ବାତିଲ୍  ନେଇ ସ୍ପଷ୍ଟୋକ୍ତି ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଅକ୍ଟୋବର ୧୧ ତାରିଖରେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାର ପୂର୍ବରୁ ଘୋଷିତ ହୋଇଥିଲା । ତେବେ ତିିତିଲି ବାତ୍ୟା ପ୍ରଭାବ ଯୋଗୁଁ ୧୧ ଓ ୧୨ ତାରିଖରେ ସମସ୍ତ କଲେଜ ବନ୍ଦ ରହିବା ସହିତ ନିର୍ବାଚନକୁ ବାତିଲ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.