Latest Odisha News

BREAKING NEWS

ପ୍ରସିଦ୍ଧ ଶକ୍ତିପୀଠ ମା’ ଅମ୍ବାଜୀ: ଯେଉଁଠି ରହିଛି ସତୀଙ୍କ ହୃଦୟ ଓ ଶ୍ରୀକୃଷ୍ଣଙ୍କ ଚୁଟି

ଧରାବତରଣ କରିଛନ୍ତି ମାଆ । ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କର ଶାରଦୀୟ ପୂଜା ଉତ୍ସବ ବିଭିନ୍ନ ପୀଠ ଏବଂ ମଣ୍ଡପରେ ଆରମ୍ଭ ହୋଇଛି । ଓଡ଼ିଶା ସମେତ ସମଗ୍ର ଭାରତରେ ନବରାତ୍ରୀଠାରୁ ମାଆଙ୍କର ପୂଜା ଆରମ୍ଭ ହୋଇଛି । ଭାରତରେ ଅନେକ ପ୍ରସିଦ୍ଧ ଶକ୍ତିପୀଠ ରହିଛି । ତନ୍ମଧ୍ୟରୁ ଗୁଜରାଟର ମାଆ ଅମ୍ବାଜୀଙ୍କ ପୀଠ ଅନ୍ୟତମ । ଏହି ଶାରଦୀୟ ଦୁର୍ଗାପୂଜା ଅବସରରେ ସେଠାରେ ହଜାର ହଜାର ଶ୍ରଦ୍ଧାଳୁ ଆରମ୍ଭ କରିଛନ୍ତି ପୂଜାର୍ଚ୍ଚନା ଏବଂ ଶକ୍ତି ଉପାସନା ।

ୟା ଦେବୀ ସର୍ବଭୁତେଷୁ ଶକ୍ତିରୂପେଣ ସଂସ୍ଥିତା ।
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ।।

ଅମ୍ବାଜୀଙ୍କ ଶକ୍ତି ପୀଠର ଭିନ୍ନ ଭିନ୍ନ କାହାଣୀ ରହିଚି ଏବଂ ନିଅାରା ହୋଇଛି ଏହାର ରହସ୍ୟ । କୁହାଯାଏ ଯିଏ ଏହି ଶକ୍ତିପୀଠ ଗୁଡିକୁ ଦର୍ଶନ କରିଥାଏ ତାର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ । ଗୁଜୁରାଟରେ ମା ଦୁର୍ଗାଙ୍କର ଏହି ଶକ୍ତିପୀଠ ଅବସ୍ଥିତ । ମାତା ଅମ୍ବାଜୀଙ୍କର ଏହି ମନ୍ଦିରରେ କୌଣସି ପ୍ରତିମା ନାହିଁ ବରଂ ମାଙ୍କ ଶ୍ରୀଯନ୍ତ୍ରକୁ ଏଠାରେ ପୂଜା କରାଯାଉଛି ।

ଗୁଜୁରାଟର ବନସକନ୍ଥ ଜିଲ୍ଲାରେ ଅବସ୍ଥିତ ମାତା ଅମ୍ବାଜୀଙ୍କ ମନ୍ଦିର । ଅହମଦାବାଦ ଠାରୁ ପ୍ରାୟ ୧୮୦ କିଲୋମିଟ ଓ ମାଉଣ୍ଟାବୁଠାରୁ ପ୍ରାୟ ୪୨ କିଲୋମିଟର ଦୂରରେ ଅବସ୍ଥିତ ମାତା ଅମ୍ବାଜୀଙ୍କ ମନ୍ଦିର ।

ମାତା ଅମ୍ବାଜୀଙ୍କ ମନ୍ଦିରର ରହସ୍ୟ ଯେତିକି ରୋମାଞ୍ଚକର ଏହାର ପୂଜାବିଧି ମଧ୍ୟ ସେତିକି ଅାଶ୍ଚର୍ଯ୍ୟ । ଏହି ଶକ୍ତିପୀଠରେ  ମା ସତୀଦେବୀଙ୍କର ହୃଦୟ ପଡିଥିଲା , ଶ୍ରୀକୃଷ୍ଣଙ୍କ ଚୁଟି ପଡିଥିଲା , ଶ୍ରୀ ରାମଙ୍କୁ ମିଳିଥିଲା ଶକ୍ତି ଏବଂ ଯେଉଁଠାରେ ଦେବୀଙ୍କର କୌଣସି ପ୍ରତିମା ନୁହେଁ ବରଂ ଯନ୍ତ୍ରକୁ କରାଯାଏ ପୂଜା ।


ମାତା ଅମ୍ବାଜୀଙ୍କର ପବିତ୍ର ଧାମରେ ସତୀଦେବୀ ଓ ଶିବଙ୍କ ସମ୍ପର୍କ ଅତୁଟ । ଭଗବାନ ଭୋଳାନାଥଙ୍କ ପାଖରେ ସତୀଦେବୀଙ୍କର ଛାୟି ଥିବା ବେଳେ ସତୀଦେବୀଙ୍କର ହୃଦୟରେ ଥାନ୍ତି କେବଳ ଶିବ । କିନ୍ତୁ ସତୀଦେବୀଙ୍କର ଅଗ୍ନି ସମାଦ୍ଧି ପରେ ଯେବେ ଶିବ ସତୀଙ୍କର ଶରୀରକୁ ନେଇ ପୁରା ବ୍ରହ୍ମାଣ୍ଡରେ ଘୁରି ବୁଲୁଥିଲେ ସେ ସମୟରେ ଭଗବାନ ବିଷ୍ଣୁ ନିଜ ସୁଦର୍ଶନ ଚକ୍ରଦ୍ୱାରା ସତିଙ୍କ ଶରୀରକୁ ଖଣ୍ଡ ବିଖଣ୍ଡ କରିଦେଇଥିଲେ । ଧରା ପୃଷ୍ଠରେ ୟେ ଅଙ୍ଗ ଯେଉଁ ଯେଉଁ ସ୍ଥାନରେ ପଡିଥିଲା ସେହି ସ୍ଥାନକୁ ଶକ୍ତିପୀଠ ବୋଲି କୁହାଗଲା ।

ସେହି ୫୧ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ହେଉଛି ମାତା ଅମ୍ବାଜୀଙ୍କ ପୀଠ । ଯେଉଁଠାରେ ପଡିଥିଲା ମାତା ସତୀଦେବୀଙ୍କର ହୃଦୟ ।  ଅାପଣ ମାତାଙ୍କ ଦର୍ଶନ ନିମନେ୍ତ ଏଠାକୁ ଅାସୁଥାନ୍ତି ତେବେ ଏହି ମନ୍ଦିରରେ ଅାପଣଙ୍କୁ କୌଣସି  ପ୍ରତିମା ନଜର ଅାସିବନି ବରଂ ଏଠାରେ ମାତାଙ୍କ ଯନ୍ତ୍ରକୁ ପୂଜାକରାଯାଏ ।

ଅମ୍ବାଜିଙ୍କ ମନ୍ଦିରର ରହଛି ଅନେକ କାହାଣୀ  ଏହି ପୂଜାକୁ ଅାଖି ବନ୍ଦ କରି କରାଯାଇଥାଏ । ମାଙ୍କର କୌଣସି ପ୍ରତିମା ନୁହେଁ ବରଂ ଯନ୍ତ୍ର ପୂଜାକୁ ନେଇ   ମଧ୍ୟ ଏଠାରେ ଗୁପ୍ତ ରଖାଯାଇଥାଏ । ଯାହାକୁ ଦେଖିବା ବି ମନା । ଏପରି ମଧ୍ୟ ଶୁଣିବାକୁ ମିଳେ ଏହି ମନ୍ଦିରର ପୂଜାରି ଅାଖିରେ ପଟି ବାନ୍ଧି ପୂଜା କରିଥାନ୍ତି ମାଙ୍କର । ବୋଧେ ଏଥିପାଇଁ ମନ୍ଦିରରେ ପ୍ରବେଶ କରୁକରୁ ଭକ୍ତଙ୍କ ମନରେ ଅାଧ୍ୟାତ୍ମକ ଓ ଶକ୍ତିର ଅନୁଭୂତି ଭରି ଉଠିଥାଏ । ମା ଅମ୍ବାଙ୍କ ଏ ମନ୍ଦିର ପ୍ରାୟ ୧୨୦୦ ବର୍ଷ ପୁରୁଣା ଅଟେ । ଏହି ମନ୍ଦିରକୁ ପୂନଃ ନିର୍ମାଣ କରାଯାଇଥିଲା ୧୯୭୫ ମସିହାରେ । ମନ୍ଦିରର ଉଚ୍ଚତା ପ୍ରାୟ ୧୦୩ ଫୁଟ୍‌ ହୋଇଥିବା ବେଳେ ମନ୍ଦିରର ଶିଖରରେ ୩୫୮ଟି ସ୍ୱଣ୍ଣ କଳସ ସୁସଯିତ ହୋଇ ରହିଛି । ଏବେ ବି ମନ୍ଦିରକୁ ସମ୍ପୂଣ୍ଣ ସ୍ୱଣ୍ଣରେ ଅାଛାଦିତ କରିବାର ପ୍ରୟାସ ଚାଲିଛି । ପୌରାଣିକ କଥା ଅନୁଯାଇ ଭଗବାନ ଶ୍ରୀକୃଷ୍ଣଙ୍କର ଚୁଟି ପକାଇବାର ପରମ୍ପରା ମାତା ୟୋଶୋଦା ଓ ପିତା ନନ୍ଦରାଜା ଏହିଠାରେ ହିଁ କରିଥିଲେ । ସେହିପରି ଭଗବାନ ରାମ ଓ ଲକ୍ଷ୍ଣଣ ମାତା ସିତାଙ୍କୁ ଖୋଜି କୋଜି ଏହି ମନ୍ଦିର ହେଇ ଯାଇଥିବା ବେଳେ ମାତା ଶ୍ରୀ ରାମଙ୍କୁ ରାବଣକୁ ମାରିବାର ବାଣ ଦେଇଥିଲେ ।

କେବଳ ସେତିକି ନୁହେଁ ବାଲ୍ମିକ୍‌ ମୁନି ରାମୟଣ ଲେଖିବାର ଶୁଭାରମ୍ବ ଏହି ତପୋଭୂମିରୁ ହିଁ କରିଥିଲେ ।

ଶକ୍ତିପୀଠ ଅମ୍ବାଜିଙ୍କ ନବରାତ୍ରୀର ଅାରମ୍ଭ ଭାଦ୍ରବ ପୂଣ୍ଣମିରୁ ହିଁ ଅାରମ୍ଭ ହୋଇଥାଏ ।

ନବରାତ୍ରୀ ସମୟରେ ଏଠାକାର ପରିବେଶ ଦେଖିଲାଭଳୀ ରହିଥାଏ । ନବରାତ୍ରୀ ସମୟରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ବଢିଯାଇଥାଏ ।

ଏହି ସମୟରେ ମନ୍ଦିର ପରିସରରେ ରଗବା କରି ଶକ୍ତିର ଅାରାଧନା କରାଯାଇଥାଏ । ପୁରା ଗୁଜୁରାଟ ଏହି ସମୟରେ ମାତାଙ୍କ ଦର୍ଶନ ପାଇଁ ଏକତ୍ରୀତ ହୋଇଥାନ୍ତି । ସପ୍ତସତି ପାଠ ଦ୍ୱାରା ମନ୍ଦିରର ପ୍ରାଙ୍ଗନ ଭକ୍ତିମୟ ହୋଇଉଠେ ।

ମା ଅମ୍ବାଙ୍କ ଭକ୍ତ ମାଙ୍କୁ ନିଜ ଘରକୁ ଅାସିବାକୁ ନିମନ୍ତ୍ରଣ କରିଥାନ୍ତି । ପୂଜା ସମୟରେ ମାଙ୍କ ମନ୍ଦିରକୁ ଧ୍ୱଜା ପ୍ରଦାନ କରି ନିମନ୍ତ୍ରଣ କରିଥାନ୍ତି ଭକ୍ତ ମାନେ ।

ମା ଅମ୍ବାଙ୍କ ମନ୍ଦିରରେ ପୂଜା ବିଧିବିଧାନ ସ୍ୱତନ୍ତ୍ର ରହିଥାଏ । ଏଠାରେ ଅନେକ କାଳରୁ ପୁଜାର ଏହି ନିତି ନିୟମକୁ ପାଳି ଅାସୁଛନ୍ତି ଭକ୍ତଗଣ । ଅନ୍ୟପଟେ ଏଠାରେ ସବୁଠାରୁ ନିଅାରା ହୋଇଥାଏ ଭାଦ୍ରବ ପୂଣ୍ଣିମା । କାରଣ ଏହି ଦିନ ଠାରୁ ଅାରମ୍ଭ ହୋଇଥାଏ ମାଙ୍କୁ ନିମନ୍ତ୍ରଣ କରିବାର ପରମ୍ପରା । ଭାଦ୍ର ପୂଣ୍ଣିମା ପରେ ପରେ ନବରାତ୍ରୀର ପୂଜା ଅାରମ୍ଭ ହୋଇଥାଏ ।

ଭକ୍ତଙ୍କ ମନରେ ବିଶ୍ୱାସ ଥାଏ ଯେ ଏହି ଦିନ ମା ସ୍ୱୟଂ ତା ଭକ୍ତଙ୍କ ଘରେ ବିରାଜ ମାନ କରିଥାନ୍ତି । ଏହି ମନୋକାମନା ପୂଣ୍ଣ କରିବା ପାଇଁ ଭକ୍ତ ମାନେ ଏଠାକୁ ପତାକା ନେଇ ଅାସଥାନ୍ତି । ଏହା ମାଙ୍କ ମହିମା ନୁହେଁ ତ ଅାଉ କଣ । ଯାହା ଦ୍ୱାରା ମାଙ୍କ ପାଖକୁ ଅାସିଥିବା କୌଣସି ଭକ୍ତ ଖାଲି ହାତରେ ଫେରିନଥାନ୍ତି । ଜୟ ଜୟ ଅମ୍ବାଙ୍କ ଜୟକାର କରି ଶରୀରରେ ଅବିର ବୋଳି ମାଙ୍କ ଚୁନିକୁ ମୁଣ୍ଡରେ ପକାଇ ଲକ୍ଷ ଲକ୍ଷ ଭକ୍ତ ଭାଦ୍ର ପୂଣ୍ଣମି ଦିନ ଅମ୍ବା ମାଙ୍କ ମନ୍ଦିରକୁ ଦୌଡିଅାସିଥାନ୍ତି । କୌଣସି ବି ବାଧାବିଘ୍ନ ଏହି ଭକ୍ତ ମାନଙ୍କ ଅାସ୍ଥାକୁ ଦୋହଲାଇପାରେନାହିଁ ।

ପୂଜାର ଅାରମ୍ଭରେ ଅାରମ୍ଭ ହେଉଥିବା ଭକ୍ତଙ୍କ ଗହଳିକୁ ଦେଖିଲେ ଏହା କୌଣସି ଉତ୍ସବ ଠାକୁ କମ୍‌ ମନେ ହୁଏ ନାହିଁ ।କିଏ ହାତରେ ପତକା ଧରିଥାଏ ତ କିଏ ମୁଣ୍ଡରେ କଳସ ପୁଣି କିଏ ମନରେ ମାଙ୍କ ନାମ ଗାଇ ଗାଇ ପହଂଚିଥାନ୍ତି ମାଙ୍କ ପାଖରେ । ମା ଅମ୍ବାଙ୍କ ମନ୍ଦିରରେ ଶ୍ରୀଙ୍ଗାର ଓ ଭୋଗ ର ପରମ୍ପାର ମଧ୍ୟ ବହୁ ପୁରାତନ । ମାଙ୍କ ପାଖରେ ଲାଗି ହେଉଥିବା ଭୋଗ ମନ୍ଦିରରେ ହିଁ ତିଅାରି କରାଯାଇଥାଏ । ଯେଉଁଥିରେ କେବଳ ଦେଶୀ ଘିଅ ଓ କାଠର ବ୍ୟବହାର କରାଯାଇଥାଏ ।

ଏହା ବ୍ୟତିତ ଦିନରେ ତିନି ଥର ଭିନ୍ନ ଭିନ୍ନ ରୂପରେ କରାଯାଇଥାଏ ମାଙ୍କ ଶ୍ରୀଙ୍ଗାର୍‌ । ମା ଅମ୍ବାଙ୍କ ମନ୍ଦିର ଠାରୁ ପ୍ରାୟ ୩ କି.ମି.ଦୂରରେ ରହିଛି ଗବ୍ଦର ନାମକ ପାହାଡ । ଏହି ପାହାଡ ଉପରେ ମଧ୍ୟ ଦେବୀ ମାଙ୍କ ପ୍ରାଚିନ ମନ୍ଦିରର ସ୍ଥାପନା କରାଯାଇଛି । ଶୁଣିବାକୁ ମିଳେ ଏଠାରେ ଥିବା ଏକ ପାହାଡ ଉପରେ ମାଙ୍କ ପାଦ ଚିହ୍ନ ରହିଛି । ଯାହାକୁ ଦର୍ଶନ କରିବା ପାଇଁ ମଧ୍ୟ ଭକ୍ତଙ୍କ ଗହଳି ଲାଗିରହିଥାଏ ।

Leave A Reply

Your email address will not be published.