Latest Odisha News

BREAKING NEWS

ଏବର୍ଷ ମଧ୍ୟ ଓଡ଼ିଶାରେ ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ଯୁକ୍ତ ୩ ମହାବିଦ୍ୟାଳୟ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବନାହିଁ । ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ନିିର୍ବାଚିତ ପ୍ରତିନିଧି ବଦଳରେ ଏହି ସମସ୍ତ ଶିକ୍ଷାନୁଷ୍ଠାନର ବିଭିନ୍ନ ବିଭାଗ ଗୁଡ଼ିକରେ ଛାତ୍ରଛାତ୍ରୀ ମନୋନୀତ ହେବେ ।

ସମସ୍ତ ବିଶ୍ୱବିଦ୍ୟାଳୟର ଉପ କୂଳପତି ଏବଂ ଡ଼ିଗ୍ରୀ କଲେଜ ଗୁଡ଼ିକର ଅଧ୍ୟକ୍ଷମାନଙ୍କର ନିଷ୍ପତ୍ତିକ୍ରମେ ଏହା ସ୍ଥିରୀକୃତ ହୋଇଛି । ଏକ ପତ୍ର ମାଧ୍ୟମରେ ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ଜଣାଇଛନ୍ତି ଯେ, ଛାତ୍ରମାନଙ୍କର ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

“ନିର୍ବାଚନ ବଦଳରେ ବିଭିନ୍ନ ବିଭାଗ ଲାଗି ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।” ଏହା କହିଛନ୍ତି ବିଭାଗୀୟ ସଚିବ । ପ୍ରଳୟଙ୍କରୀ ଫନୀ ବାତ୍ୟା ଯୋଗୁଁ ଗତବର୍ଷ ସମଗ୍ର ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ନ’ହୋଇ ବନ୍ଦ ରହିଥିଲା ।

Leave A Reply

Your email address will not be published.