Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୨୩-୦୮-୨୦୧୯ ଶୁକ୍ରବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ୨୩ ରିଖ ଶୁକ୍ରବାର ସିଂହ ୦୭ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର ଦିନ ଘ୧୦ଟା ପର୍ଯ୍ୟନ୍ତ ତାପରେ କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଭୋଗ ହେବ
ଘାତ ବାର-: ବିଛା ଧନୁ ଓ ମୀନ ରାଶିର
ଘାତ ଚନ୍ଦ୍ର-: ମେଷ ଓ ବିଛା ରାଶି ପୁରୁଷଙ୍କର
ଆଜି: ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
ଆଜି: ନଡିଆ ଖାଇବା ନିଷେଧ

ମେଷ : ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ଯା ଆପଣଙ୍କୁ ବିଚଳିତ କରାଇବ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ଦ୍ରବ୍ୟ ନଷ୍ଟ ବା ଚୋରୀ ହେବାର ସମ୍ଭାବନା ରହିଛି। ବ୍ଯବସାୟରେ ଆଶାନୁରୂପ ଲାଭବାନ ମିଳିବ ନାହିଁ ।

ବୃଷ : ଅର୍ଥ ପ୍ରାପ୍ତି ହେବ ।ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ ।ସ୍ଵାଦିଷ୍ଟ ଭୋଜନ ମିଳିବ । ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଚେଷ୍ଟା କରୁଥିବା ଦିଗରୁ ସଫଳତା ମିଳିବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଯ ବୃଦ୍ଧି ଘଟିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।

ମିଥୁନ : ଯଗି ରଖି ଚଳନ୍ତୁ,ଶାରୀରିକ ଓ ମାନସିକ ପୀଡା ଅନୁଭବ କରିବେ ।ଶତୃମାନେ ଚକ୍ରାନ୍ତ କରିବେ ।ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ନାହିଁ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି ।ସନ୍ତାନମାନେ ଉତ୍ସୃଖଳିତ ହେବେ ।ବହୁଦିନର ଆଶା ଆଶାରେ ରହିଯିବ।

କର୍କଟ : ମନ ପ୍ରଫୁଲ୍ଲ ରହିବ ।ପ୍ରତ୍ୟେକ ଦିଗରୁ ସଫଳତା ମିଳିବ ।ନିର୍ମାଣ ଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।ବ୍ଯବସାୟରେ ଆୟ ବୃଦ୍ଧି ଘଟିବ ।ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ ।ଗୃହକୁ ଅପରାହ୍ନରେ ବନ୍ଧୁ ଆଗମନ ହେବେ ।ଶତୃମାନେ ପରାଜିତ ହେବେ ।

ସିଂହ: ପାରିବାରିକ ଶାନ୍ତି ମିଳିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ମନ ମୁତାବକ କାର୍ଯ୍ୟ କରିବାକୁ ସୁଯୋଗ ମିଳିବ ।ବ୍ଯବସାୟ ବାଣିଜ୍ୟ ଓ ପରିବହନ ଦିଗରୁ ଲାଭବାନ ହେବେ ।ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ ।

କନ୍ୟା : ଆଜି ଯଗି ରଖି ଚଳନ୍ତୁ,ଶାରୀରିକ ପୀଡା ଅନୁଭବ କରିବେ ।କାର୍ଯ୍ୟ କ୍ଷେତ୍ରରେ ବାଦବିବାଦ ଦେଖା ଦେବ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟ ଆପଣଙ୍କୁ ବିଚଳିତ କରାଇବ ।

ତୁଳା : ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହେବେ ।ପରିବାରରେ ମତପାର୍ଥକ୍ଯ ଦେଖା ଦେଇପାରେ ।ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ଦେଖା ଦେବ।ମହିଳାମାନେ ସମାଲୋଚିତ ହେବେ ।

ବିଛା : ଶରୀର ସୁସ୍ଥ ଓ ମନ ନିର୍ମଳ ରହିବ ।ଉତ୍ତମ ଭୋଜନ ମିଳିବ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରାରେ ଶୁଭଫଳ ମିଳିବ ।ପାରିବାରିକ ଜୀବନରେ ଶାନ୍ତି ବିରାଜମାନ କରିବ ।

ଧନୁ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଯାତ୍ରାରେ ସଫଳତା ମିଳିବ ।ବସ୍ତ୍ର ଆଭୁଷଣ ପ୍ରାପ୍ତିର ଯୋଗ ରହିଛି । ମାଲିମକଦମାରେ ବିଜୟୀ ହେବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଲାଭ ଅଧିକ ମିଳିବ ।

ମକର: ହଠାତ୍ ଦେହ ମନ ଅସୁସ୍ଥ ହୋଇପାରେ ।ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ । ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।

କୁମ୍ଭ: ଶତୃମାନେ ପରାଜୟ ହେବେ । ବ୍ଯବସାୟୀମାନେ ଲାଭବାନ ହେବେ ।ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥା ଭାଜନ ହେବେ ।

ମୀନ : ମନ ପ୍ରଫୁଲ୍ଲ ଓ ଶରୀର ସୁସ୍ଥ ରହିବ ।ବକେୟା ଅର୍ଥ ହସ୍ତଗତ ହେବ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ।ବହୁଦିନର ମନାନ୍ତର ମତାନ୍ତର ଦୂର ହୋଇଯିବ ।ସାହିତ୍ୟ କଳା ଓ ସାସ୍କୃତିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ ।

Leave A Reply

Your email address will not be published.