ନୂଆଦିଲ୍ଲୀ: ବେଶୀ ଦିନ ନୁହେଁ କିଛି ଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସର ମଙ୍ଗ ଧରିବେ । ସେ କଂଗ୍ରେସରେ ଯୋଗ ଦେବେ । ଆଉ 2024ରେ ମୋଦୀ ସରକାରକୁ ବଡ ଝଟକା ଦେବ । ଏବେ କିନ୍ତୁ ପ୍ରଶାନ୍ତଙ୍କ ସ୍ୱର ବଦଳିଯାଇଛି । ଆଉ ସେ ସମୟବି ଅତିବାହିତ କରିଯାଇଛି । ବିହାରରେ ଏହି ନିର୍ବାଚନ ରଣନୀତିକାରମାନେ ନିଜର ରାଜନୈତିକ ସାମର୍ଥ୍ୟ ଖୋଜିବା ପାଇଁ ବିଭିନ୍ନ ଯାତ୍ରା କରୁଛନ୍ତି। ଏହି ସମୟରେ ପ୍ରଶାନ୍ତ କିଶୋରଙ୍କ ଏହି ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ପିକେ କହୁଛନ୍ତି ଯେ, କଂଗ୍ରେସ ନିଜେ ତଳକୁ ଖସିଯିବ ଏବଂ ଏହା ସହ ସମସ୍ତଙ୍କୁ ତଳକୁ ନେଇଯିବ।
ଏହି ଭିଡିଓରେ ପ୍ରଶାନ୍ତ କିଶୋର ନିଜ ଆଖପାଖରେ ଥିବା ଅନ୍ୟମାନଙ୍କ ସହ ଏକ ଗାଁରେ ବସିଥିବା ଦେଖିବାକୁ ମିଳିଛି। ନିର୍ବାଚନ ରଣନୀତିକାର ଭାବେ ପିକେ ନିଜର ସଫଳତାର ହିସାବ ଦେଉଛନ୍ତି। 2015 ରେ ଆମେ ବିହାରରେ ଜିତିଥିଲୁ। 2017ରେ ଆମେ ପଞ୍ଜାବରେ ବିଜୟୀ ହୋଇଥିଲୁ। 2019 ଲୋକସଭା ନିର୍ବାଚନରେ ଜଗନ ମୋହନ ରେଡ୍ଡୀ ଆନ୍ଧ୍ରପ୍ରଦେଶରେ ବିଜୟୀ ହୋଇଥିଲେ। ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଆମେ ବିଜୟୀ ହୋଇଛୁ। 11 ବର୍ଷ ମଧ୍ୟରେ ଆମେ କେବଳ ଗୋଟିଏ ନିର୍ବାଚନ ହାରିଲୁ, ତାହା ହେଲା 2017 ଉତ୍ତରପ୍ରଦେଶ ନିର୍ବାଚନ। ତେଣୁ ମୁଁ ଆଉ କଂଗ୍ରେସ ସହ କାମ କରିବି ନାହିଁ ବୋଲି ନିଷ୍ପତ୍ତି ନେଇଥିଲି। ଏତିକି କହି ପ୍ରଶାନ୍ତ ହାତ ଯୋଡି ପକାଉଥିବା ଦେଖିବାକୁ ମିଳିଛି।
#WATCH | From 2011-2021, I was associated with 11 elections and lost only one election that is with Congress in UP. Since then, I've decided that I will not work with them (Congress) as they have spoiled my track record: Poll strategist, Prashant Kishor in Vaishali, Bihar (30.05) pic.twitter.com/rQcoY1pZgq
— ANI (@ANI) May 31, 2022
ସେ କହିଛନ୍ତି ବର୍ତ୍ତମାନର କଂଗ୍ରେସ ମୁଖିଆଙ୍କ ଅବସ୍ଥା ଏପରିଯେ ସେମାନେ ନିଜେ ବୁଡ଼ିବେ ଏବଂ ଅନ୍ୟଙ୍କୁ ସାଙ୍ଗରେ ନେଇ ବୁଡାଇବେ । ପିକେ କହିଛନ୍ତି, ସେ ଯଦି ତାଙ୍କ ସହ ଯିବେ ତେବେ ସେ ମଧ୍ୟ ବୁଡିଯିବେ। ଏହା ପୂର୍ବରୁ ଉଦୟପୁରରେ ଆୟୋଜିତ କଂଗ୍ରେସ ଚିନ୍ତନ ଶିବିରକୁ ସେ ବିଫଳ ବୋଲି କହିଥିଲେ।
ସେହିପରି ଗୁଜରାଟ ଓ ହିମାଚଳ ପ୍ରଦେଶରେ ହେବାକୁ ଥିବା ନିର୍ବାଚନରେ କଂଗ୍ରେସକୁ ସେମିତି କିଛି ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛନ୍ତି। ଗୋଟିଏ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପିକେଙ୍କ କଂଗ୍ରେସ ସହ ମେଣ୍ଟକୁ ନେଇ ମତଭେଦ ଦେଖାଦେଇଛି। କଂଗ୍ରେସକୁ ପୁନର୍ଜୀବିତ କରିବା ପାଇଁ ସେ ତାଙ୍କ ଯୋଜନାର ଅଂଶ ସ୍ୱରୂପ 600 ସ୍ଲାଇଡ୍ ଦେଖାଇ ଏକ ଉପସ୍ଥାପନା କରିଥିଲେ।
Comments are closed.