Latest Odisha News

ମୃତ୍ୟୁ ପୂର୍ବରୁ ଷ୍ଟେଜରେ କେକେଙ୍କର ଜୀବନର ଶେଷ ଗୀତ ‘ହମ୍ ରହେଁ ୟା ନାରହେଁ’

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କୃଷ୍ଣକୁମାର କୁନାଥଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ । ଏହାକୁ ନେଇ ଅନେକ ତାଙ୍କ ଗୀତକୁ ମନେ ପକାଇ ସୋଶିଆଲ ମିଡିଆରେ ପ୍ରତିକ୍ରିୟା ରଖୁଥିବା ବେଳେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକି ତାଙ୍କର ପ୍ରଂଶସକ ଏବଂ ସହଯୋଗୀ କଳାକାରଙ୍କୁ ମର୍ମାହତ କରିଛି ।

ଏହି ଭିଡିଓରେ କେକେ ତାଙ୍କର ଅନ୍ତିମ ଗୀତ ଗାଇଥିଲେ। ଏହି ଗୀତଟି ହେଲା ‘ହମେ ରହେଁ ୟା ନାରହେଁ, କଲ ୟାଦ ଆଏଁଗେ ୟେ ପଲ୍’ । ଦକ୍ଷିଣ କୋଲକାତାର ନଜରୁଲର ଏକ ମଞ୍ଚରେ ସେ ଏହି ଗୀତ ଗାଉଥିବା ବେଳେ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ। ଏହାପରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିଏମଆରଆଇ)ରେ ଭର୍ତ୍ତି କରାଯାଇଥିଲା । ୫୩ ବର୍ଷୀୟ ଏହି କଣ୍ଠଶିଳ୍ପୀ ନିଜ କ୍ୟାରିଅରରେ ୨୦୦ରୁ ଅଧିକ ଗୀତ ଗାଇଥିବା ସୂଚନା ରହିଛି ।

୧୯୯୯ରେ କେକେ ତାଙ୍କର ପ୍ରଥମ ଆଲବମ ‘ପଲ’ ରିଲିଜ କରିଥିଲେ। ଏହି ଗୀତିକାରଙ୍କର ପ୍ରକୃତ ନାମ କୃଷ୍ଣକୁମାର କୁନାଥ । ସେ କେକେ ଭାବରେ ପରିଚିତ । ବଲିଉଡର ହିଟ୍ ଟ୍ରାକ୍ ତଡ଼ପ ତଡ଼ପ (ହମ୍ ଦିଲ୍ ଦେ ଚୁକେ ସନମ୍, ୧୯୯୯), ଦସ୍ ବାହାନେ (ଦସ, ୨୦୦୫), ଏବଂ ତୁନେ ମାରି ଏଣ୍ଟ୍ରି (ଗୁଣ୍ଡେ, ୨୦୧୪), ଖୁଦା ଜାନେ (ବଚ ନା ଏ ହସିନୋ) ଭଳି ହିଟ୍ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବଡ ବଡ ନେତା ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି । କେକେଙ୍କ ବିୟୋଗ ସଙ୍ଗୀତ ଦୁନିଆରେ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।

ସେହିପରି ବଲିଉଡ କଳାକାର ଅକ୍ଷୟ କୁମାର, ବିଶାଲ ଦାଡଲାନି, ରାହୁଲ ବୈଦ୍ୟଙ୍କ ସମେତ ଅନେକ ତାରକା ତାଙ୍କ ବିୟୋଗରେ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି।

ଅକ୍ଷୟ କୁମାର କେକେଙ୍କ ବିୟୋଗରେ ଶୋକ ପ୍ରକାଶ କରି ଲେଖିଛନ୍ତି, କେକେଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। । ସେହିପରି କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଦାଡଲାନୀ କେକେଙ୍କୁ ମନେ ପକାଇ ଟୁଇଟ୍ କରିଛନ୍ତି, ଏବେ ଆଉ ଲୁହ ଅଟକିବ ନାହିଁ। ସେ ଜଣେ ଭଲ ମଣିଷ ଥିଲେ। ତାଙ୍କ କଣ୍ଠର ଯାଦୁକୁ ଚିରଦିନ ପାଇଁ ଅମର ରହିବ ।

Leave A Reply

Your email address will not be published.