Latest Odisha News

BREAKING NEWS

ଯୁବତୀ ଜଣଙ୍କ ଦୀପିକା ପାଦୁକୋନ ନୁହନ୍ତି, କିନ୍ତୁ ତାଙ୍କ ଭଳି ଦେଖାଯାଉଛନ୍ତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋଶିଆଲ ମିଡିଆ ଏବେ ଅନେକ ହଜିଯାଇଥିବା ଜିନିଷକୁ ଖୋଜିବାରେ ଯେମିତି ସହଯୋଗ କରେ ସେପରେ ଅନେକ ଲୁକାୟତ ପ୍ରତିଭାକୁ ମଧ୍ୟ ଚିହ୍ନଟ କରିବାରେ ସହଯୋଗ କରେ। ଇଣ୍ଟରନେଟରେ ସୁନ୍ଦର ପଶୁ ପକ୍ଷୀଙ୍କ ଭିଡିଓ, ଡ୍ୟାନ୍ସ ଭିଡିଓ ହେଉ ଅବା ସେଲିବ୍ରିଟିଙ୍କ ଫଟୋ ଓ ଭିଡିଓ ଅଧିକ ଧ୍ୟାନ ଆକର୍ଷଣ କରିଥାଏ।

ଆଉ ଏହି କ୍ରମରେ ନଜର ଆସିଛି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଭଳି ଦେଖାଯାଇଥିବା ଏକ ଫଟୋ। ଯିଏକି ଦୀପିକାଙ୍କ ଭଳି ଅବିକଳ ଦେଖାଯାଉଛନ୍ତି। ଏପରିକି ଏହି ଫୋଟର ଲୁକ ଦେଖି ଅନେକ ଦ୍ୱନ୍ଦ୍ୱରେ ମଧ୍ୟ ପଡ଼ିଛନ୍ତି।

 

View this post on Instagram

 

A post shared by Rijuta Ghosh Deb (@thelushvoguette)

ପାଦୁକୋନଙ୍କ ପରି ଦେଖାଯାଉଥିବା ଏହି ଯୁବତୀ ଜଣଙ୍କ ହେଉଛନ୍ତି ରିଜୁତା ଘୋଷ ଦେବ। ସେ କୋଲକାତାରେ ରୁହନ୍ତି। ତାଙ୍କର ଇନଷ୍ଟାଗ୍ରାମରେ ପାଖାପାଖି 50 ହଜାର ଫଲୋଅର୍ସ ରହିଛନ୍ତି। ନିକଟରେ ରିଜୁତା ଇନଷ୍ଟାଗ୍ରାମର ଏହି ଫଟୋ ସୋଶିଆଲ ମିଡିଆ ୟୁଜର୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହା ପୂର୍ବରୁ ବଲିଉଡ ଫିଲ୍ମ କୋକଟେଲର ଅଭିନେତ୍ରୀ ‌ଡାଏନା ପେଣ୍ଟୀ‌ଙ୍କୁ ଦୀପିକାଙ୍କ ହମସକଲ ବୋଲି କୁହାଯାଉଛି।

 

View this post on Instagram

 

A post shared by Rijuta Ghosh Deb (@thelushvoguette)

Comments are closed.