Latest Odisha News

ରଥଯାତ୍ରା, ବାହୁଡା ଓ ସୁନାବେଶ ବେଳେ ଆଦାୟ ହେବନି ଟୋଲ୍ ଗେଟ୍ ଫି’

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ବାହୁଡା ଓ ସୁନାବେଶ ବେଳେ ପୁରୀକୁ ଆସିବାକୁ ଥିବା କୌଣସି ଯାନବାହନ ଠାରୁ ଟୋଲ୍ ଗେଟ୍ ଫି’ ଆଦାୟ କରାଯିବ ନାହିଁ ।

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଶୁକ୍ରବାର ଦିନ କହିଛନ୍ତି, ଏହି ୩ ଦିନ ହେବାକୁ ଥିବା ଗାଡି ମଟର ଭିଡକୁ ନଜରରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପୁରୀ ଯିବାକୁ ଥିବା ଯାନବାହନ ଗୁଡିକ ଠାରୁ ପିପିଲି ଠାରେ ଟ୍ରୋଲ୍ ଫି’ ଆଦାୟ କରାଯାଉଥିବା ବେଳେ ଏହି ୩ ଦିନ ଭିଡକୁ ଦୃଷ୍ଟିରେ ରଖି ଏଠାରେ ଟୋଲ୍ ଫି’ ଆଦାୟ କରାଯିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ପୁରୀ ଓ ଭୁବନେଶ୍ୱର ଜାତୀୟ ରାଜପଥରେ ପାଖାପାଖି ୫ଟି ଆମ୍ବୁଲାନ୍ସ ମୁତୟନ କରାଯିବ ।

Leave A Reply

Your email address will not be published.