Latest Odisha News

BREAKING NEWS

ରିଲିଜ ହେଲା ଆୟୁଷ୍ମାନ ଖୁରାନାଙ୍କ ‘ଆର୍ଟିକିଲ ୧୫’

ମୁମ୍ବାଇ: ରିଲିଜ ହୋଇଛି ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଆର୍ଟିକିଲ ୧୫’ । ରିଲିଜ ହେବା ମାତ୍ରେ ଏହାକୁ ଭଲ ରେସ୍ପନ୍ସ ମଧ୍ୟ ମିଳିଛି । ଅନୁଭବ ସିହ୍ନା ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ ।

ଏହି ଫିଲ୍ମଟି ଆୟୁଷ୍ମାନଙ୍କ କ୍ୟାରିୟରର ଆଉ ଏକ ହିଟ ଫିଲ୍ମ ହେବ ବୋଲି ସିନେପ୍ରେମୀ ମାନେ ମତ ଦେଇଛନ୍ତି । ଏହି ଫିଲ୍ମଟିରେ ଆୟୁଷ୍ମାନ ଜଣେ ପୁଲିସ ଅଫିସର ଭୂମିକାରେ ନଜରକୁ ଆସିଛନ୍ତି ।

ବ୍ରାହ୍ମଣଙ୍କ ଛବିକୁ ଠିକ ଭାବେ ଦର୍ଶାଯାଇନଥିବା ଅଭିଯୋଗ କରି ଆୟୁଷ୍ମାନଙ୍କ ଏହି ଫିଲ୍ମଟିକୁ ବ୍ରାହ୍ମଣ ସମାଜ ପକ୍ଷରୁ ବିରୋଧ କରାଯାଇଥିଲା । ଏହି ଫିଲ୍ମର କାହାଣୀ ବିଶେଷ କରି ଜାତିପ୍ରଥା ଉପରେ ଆଧାରିତ ହୋଇଛି । ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ଆୟୁଷ୍ମାନଙ୍କ ଲଢେଇ ଏହି ଫିଲ୍ମରେ ଦେଖିବାକୁ ମିଳିଛି ।

Leave A Reply

Your email address will not be published.