Latest Odisha News

BREAKING NEWS

ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌କୁ ଜଟଣୀ ମନା: ସୁର ରାଉତରାୟ

ଭୁବନେଶ୍ୱର: ରାଜ୍ୟକୁ ଫେରୁଛନ୍ତି ଶହ ଶହ ପ୍ରବାସୀ ଓଡ଼ିଆ । ସରକାରଙ୍କ ଶ୍ରମିକଙ୍କ ଫେରିବା ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ବ୍ୟବସ୍ଥା କରିଛନ୍ତି । ତେବେ ଏହି ସ୍ୱତନ୍ତ୍ର ଟ୍ରେନ୍‌କୁ ଜଟଣୀରେ ଅଟକିବାକୁ ଦେବୁ ନାହିଁ ବୋଲି ଜଟଣୀ ବିଧାୟକ ସୁର ରାଉତରାୟ ।

ସେ କହିଛନ୍ତି, ସରକାର ବାହାର ରାଜ୍ୟରୁ ଲୋକଙ୍କୁ ଆଣି ଜଟଣୀ, ଖୋର୍ଦ୍ଧରେ ଓହ୍ଲାଉଛନ୍ତି। ତାର ପ୍ରଭାବ ଆମ ଲୋକଙ୍କ ଉପରେ ପଡିବ । ତେଣୁ ଖୋର୍ଦ୍ଧା ଜଟଣୀ ଏବଂ ଜଟଣୀ ରୋଡରେ କୌଣସି ପ୍ରବାସୀ ଓଡ଼ିଆଙ୍କ ଟ୍ରେନ ଅଟକିବନି କି ଲୋକଙ୍କୁ ଓହ୍ଲାଇବାକୁ ଦିଆଯିବ ନାହିଁ।

ଯଦି ଜଟଣୀକୁ କୌଣସି ଟ୍ରେନ୍ ଆସେ ତେବେ ଆମେ ହଜାର ହଜାର ଲୋକ ଏକାଠି ହୋଇ ଧାରଣାକୁ ଓହ୍ଲାଇବୁ । ସିଗନାଲ ଖୁଣ୍ଟ କୁ ସଟ ଡାଉନ କରିବୁ, ଦୋକାନ ବଜାର ବନ୍ଦ କରିବୁ ବୋଲି ସୁର ଚେତାବନୀ ଦେଇଛନ୍ତି।

ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ କଳିଙ୍ଗ ଷ୍ଟାଡିଅମ ରେ ରଖାଯାଉ । ସେଠି ତାଙ୍କ ଟେଷ୍ଟ କରାଯାଉ, ତାଙ୍କ ଖାଇବା ପିଇବା ବ୍ୟବସ୍ଥା କରାଯାଉ ।

Leave A Reply

Your email address will not be published.