Latest Odisha News

BREAKING NEWS

ଆଜି ରାଜ୍ୟର ଏହି ୩ଟି ସ୍ଥାନରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଆଜି ରାଜ୍ୟର ଏହି ୩ଟି ସ୍ଥାନରେ ଟିକାକରଣ ବନ୍ଦ। ଶନିବାର ଦିନ ଓଡିଶାର ବାଲେଶ୍ବର ଜଗତସିଂହପୁର ଏବଂ ସୋନପୁର ଜିଲ୍ଲାରେ ଟିକାକରଣ ଅନୁଷ୍ଠିତ ହେବ ନାହିଁ।

ତେବେ ଓଡ଼ିଶାର ଅନ୍ୟ ୬୦୩ଟି କେନ୍ଦ୍ରରେ ଏହି ଟିକାକରଣ ଅଭିଯାନ ଜାରି ରହିବ ବୋଲି ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଶୁକ୍ରବାର ଦିନ ମୋଟ ୧,୨୧,୫୩୧ ଲୋକ ୬୬୬ ଟିକାକରଣ କେନ୍ଦ୍ରରେ ଟିକା ନେଇଥିଲେ। ସେଥିମଧ୍ୟରୁ ୭୪,୭୧୦ ଲୋକ ୧୮ରୁ ୪୪ ବୟସ ବର୍ଗର। ୪୫ ବର୍ଷରୁ ଅଧିକ ୩,୬୪,୩୨ ଲୋକ ପ୍ରଥମ ଡୋଜ ଗ୍ରହଣ କରିଛନ୍ତି ଏବଂ ୪୫ ବର୍ଷରୁ ଅଧିକ ୭,୭୯୪ ସେହି ଦିନ ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି।

ଏପର୍ଯ୍ୟନ୍ତ ୭୪, ୯୯, ୭୨୮ ଲୋକଙ୍କୁ ଟିକା ଦିଆଯାଇଛି।

Comments are closed.