Latest Odisha News

BREAKING NEWS

ଜୋକୋଭିଚଙ୍କ ଅଡୁଆ ବଢ଼ୁଛି, ଫ୍ରେଂଚ ଓପନରେ ଖେଳିବା ନେଇ ସନ୍ଦେହ

ପ୍ୟାରିସ: ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଭ୍ୟାକ୍ସିନ ନ ନେବା ଏବଂ କରାନା କଟକଣାକୁ ଖାତିର ନ କରି ସେ ଅଷ୍ଟ୍ରେଲିଆନ ଓପନରୁ ବିଦା ହୋଇଛନ୍ତି । ରବିବାର ଫ୍ରାନ୍ସରେ ଭ୍ୟାକ୍ସିନ ଆଇନ ପାରିତ ହୋଇଛି । ଏହା ଅନୁଯାୟୀ ଟୀକାକରଣ ପ୍ରମାଣପତ୍ର ବିନା କୌଣସି ସାଧାରଣସ୍ଥାନରେ ଏଂଟ୍ରି ମିଳିବ ନାହିଁ । ସମସ୍ତଙ୍କ କ୍ଷେତ୍ରରେ ଏହା ଲାଗୁ ହେବ ।

ଜୋକୋଭିଚ ଟୀକା ନେଇ ନ ଥିବାରୁ ଏହା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଉଛି । ମେରେ ଏହି ଟୁର୍ଣ୍ଣାମେଂଟ ହେବାକୁ ଥିବାରୁ ଜୋକୋଭିଚଙ୍କୁ ଟୀକା ନେବା ପାଇଁ ଯଥେଷ୍ଟ ସମୟ ଅଛି ।

Comments are closed, but trackbacks and pingbacks are open.