Latest Odisha News

BREAKING NEWS

ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ , ୬ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ଅନୁଗୁଳ :ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ। ଅନୁଗୁଳ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ କରି ୬ ହଜାର ଗଛ ନଷ୍ଟ କଲା ପୋଲିସ ।  ଗଞ୍ଜେଇ ଚାଷ ହୋଇଥିବା ଖବର ପାଇ ପୁରୁଣାକୋଟ ପୋଲିସ ଓ ଅନୁଗୁଳ ସ୍ପେଶାଲ ପୋଲିସ ଟିମ ପୁରୁଣାକୋଟ ଥାନା ଅଞ୍ଚଳର କନ୍ଧକୋଇଲି , ମୁଣ୍ଡାସାହି ଓ ବାଲିଜେରେଙ୍ଗେରେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ କରିଥିଲେ ।

ଏହି ଚଢାଉ ସମୟରେ ପ୍ରାୟ ୪ଏକର ଜମିରେ ଚାଷ ହୋଇଥିବା ପ୍ରାୟ ୬ ହଜାର ଗଛକୁ ପୋଡି ନଷ୍ଟ କରିଦେଇଛି ପୋଲିସ । ଜଙ୍ଗଲ ଜମି ଓ ପାହାଡିଆ ଅଞ୍ଚଳ ଏବେ ଗଞ୍ଜେଇ ଚାଷୀଙ୍କ ଚରାଭୂମି ପାଲଟିଛି । ବାରମ୍ବାର ପୋଲିସ ଓ ଅବକାରୀ ବିଭାଗ ଚଢାଉ କରୁଥିଲେ ମଧ୍ୟ ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚାଷ ଜାରି ରଖିଛନ୍ତି ।

Comments are closed, but trackbacks and pingbacks are open.