ନୂଆଦିଲ୍ଲୀ: ଆଜିକାଲି “ବନ୍ଦେ ଭାରତ ସ୍ଲିପର” ବହୁତ ଲୋକପ୍ରିୟ ହେଉଛି। ଏହା ଏକ ନୂତନ ଏବଂ ଆଧୁନିକ ଟ୍ରେନ୍ ଯାହା ଦୀର୍ଘ ଦୂରତା ରାତ୍ରୀ ଯାତ୍ରା ପାଇଁ ବିକଶିତ ହେଉଛି। ଏହା ହେଉଛି “ବନ୍ଦେ ଭାରତ ଏକ୍ସପ୍ରେସ୍”ର ସ୍ଲିପର ଟ୍ରେନ୍, ଯାହା ଯାତ୍ରୀମାନଙ୍କୁ ଶୋଇବା ସମୟରେ ଆରାମଦାୟକ ଯାତ୍ରା କରିବାକୁ ଅନୁମତି ଦିଏ। ଏହି ଟ୍ରେନ୍ରେ ସଫା ବେଡ୍, ଚାର୍ଜିଂ ପଏଣ୍ଟ, ଉନ୍ନତ ଆଲୋକ ଏବଂ ଆଧୁନିକ ଶୌଚାଳୟ ସମେତ ବିଭିନ୍ନ ସୁବିଧା ସହିତ ଏସି ସ୍ଲିପର କୋଚ୍ ରହିବ।
ବନ୍ଦେ ଭାରତ ସ୍ଲିପର ଟ୍ରେନ୍କୁ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଉଛି। ତେଣୁ, ଏହି ଟ୍ରେନ୍ରେ କୌଣସି VIP କିମ୍ବା ଜରୁରୀକାଳୀନ କୋଟା ରହିବ ନାହିଁ, ଯାହା ସମସ୍ତ ଯାତ୍ରୀଙ୍କ ପାଇଁ ସମାନ ସୁଯୋଗ ଏବଂ ସମ୍ପୂର୍ଣ୍ଣ ନ୍ୟାୟପୂର୍ଣ୍ଣ ଟିକେଟ୍ ବ୍ୟବସ୍ଥା ସୁନିଶ୍ଚିତ କରିବ। ଟିକେଟ୍ ବୁକିଂ ପାଇଁ ମଧ୍ୟ କଡ଼ା ନିୟମ ଲାଗୁ ହେବ। କେବଳ ନିଶ୍ଚିତ ଟିକେଟ୍ ଜାରି କରାଯିବ, ଯାହା ଅପେକ୍ଷା ତାଲିକାର ସମସ୍ୟାକୁ ଯଥେଷ୍ଟ ହ୍ରାସ କରିବ। ଯାତ୍ରୀମାନଙ୍କୁ ନିଶ୍ଚିତ କରାଯିବ ଯେ ଟିକେଟ୍ ଅର୍ଥ ହେଉଛି ସମ୍ପୂର୍ଣ୍ଣ ନିଶ୍ଚିତ ସିଟ୍ ଏବଂ ବର୍ଥ।
ଭାରତ ସ୍ଲିପର୍ ଟ୍ରେନ୍ରେ ନା ରହିବ RAC ନା ରହିବ ୱେଟିଂ ଲିଷ୍ଟ ବ୍ୟବସ୍ଥା। ରେଲୱେ ବିଭାଗର ଅଫିସର କୋଟାର ହେବ ଉଛେଦ। ଏଭଳି ବଡ଼ ପରିବର୍ତ୍ତନ ସହିତ କୋଲକାତା-ଗୌହାଟୀ ଭିତରେ ଗଡ଼ିବ ଦେଶର ପ୍ରଥମ ସ୍ଲିପର୍ ବନ୍ଦେ ଭାରତ। ତାପୂର୍ବରୁ ଘୋଷଣା ହୋଇଛି ଟିକେଟ୍ ଦର। ୧୬ କୋଚ୍ ବିଶିଷ୍ଟ ଟ୍ରେନରେ ରହିବ ଥାର୍ଡ ଏସି, ସେକେଣ୍ଡ ଏସି, ଫାଷ୍ଟ କ୍ଲାସ ଏସି। ପ୍ରାୟ ୮୨୩ ଜଣ ଯାତ୍ରୀ ଯାଇପାରିବେ। ଭଡ଼ା ନିର୍ଣ୍ଣୟ ପାଇଁ ସର୍ବନିମ୍ନ ଦୂରତା ୪୦୦ କିଲୋମିଟର ଧାର୍ଯ୍ୟ କରାଯାଇଛି। ଥାର୍ଡ ଏସିରେ କିଲୋମିଟର ପ୍ରତି ୨ଟଙ୍କା ୪୦ ପଇସା, ସେକେଣ୍ଡ ଏସିରେ ୩ଟଙ୍କା ୧୦ ପଇସା ଓ ଫାଷ୍ଟ କ୍ଲାସ ଏସିରେ କିଲୋମିଟର ପ୍ରତି ଯାତ୍ରୀ ଗଣିବେ ୩ଟଙ୍କା ୮୦ ପଇସା।
ଏହି ହିସାବରେ ଦେଖିଲେ ଥାର୍ଡ ଏସିରେ ଜଣେ ଯାତ୍ରା କଲେ ସର୍ବନିମ୍ନ ଭଡ଼ା ୯୬୦, ସେକେଣ୍ଡ କ୍ଲାସରେ ୧୨ଶହ ୪୦ ଓ ଫାଷ୍ଟ ଏସିରେ ଭଡ଼ା ୧୫ଶହ ୨୦ ଟଙ୍କା ଦେବାକୁ ପଡ଼ିବ। ଏଥିସହ ଯାତ୍ରୀ ୫ ପ୍ରତିଶତ ଜିଏସଟି ଦେବେ। ବନ୍ଦେ ଭାରତର ଏହି ସ୍ଲିପର କୋଚରେ ୱେଟିଂ ଲିଷ୍ଟ କି RAC ରହିବନି। ଯାତ୍ରୀଙ୍କୁ କେବଳ କନଫର୍ମ ଟିକେଟ୍ ମିଳିବ। ଆଗୁଆ ସଂରକ୍ଷଣ ଅବଧିର ପ୍ରଥମ ଦିନରୁ ସମସ୍ତ ବର୍ଥ ବୁକିଂ ପାଇଁ ଖୋଲା ରହିବ। ଅଫିସର କୋଟାକୁ ମଧ୍ୟ ଉଚ୍ଛେଦ କରାଯାଇଛି। ଇଣ୍ଡିଆନ୍ ରେଲୱେର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍ ଘଣ୍ଟାପ୍ରତି ୧୮୦ କିଲୋମିଟର ସ୍ପିଡରେ ଦୌଡ଼ିବ।
ଏଥିରେ ଆରାମଦାୟକ ବର୍ଥ, ଅଟୋମେଟିକ୍ ଡୋର୍, କବଚ ସୁରକ୍ଷା ସିଷ୍ଟମ, ସିସିଟିଭି ଓ ସ୍ବଚ୍ଛତା ଭଳି ସୁବିଧା ପାଇବେ ଯାତ୍ରୀ। ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୌହାଟୀ- କୋଲକାତା ମଧ୍ୟରେ ଏହାର ଶୁଭାରମ୍ଭ କରିପାରନ୍ତି। ଆସନ୍ତା ଛଅ ମାସ ମଧ୍ୟରେ ଆଠଟି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ କାର୍ଯ୍ୟକ୍ଷମ ହେବ। ବର୍ଷ ଶେଷ ସୁଦ୍ଧା ୧୨ଟି ନୂତନ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି।