Latest Odisha News

BREAKING NEWS

ଏଥର ହେବନି ସଂସଦର ଶୀତ ଅଧିବେଶନ, ଜାନୁଆରୀରେ ଆସିବ ବଜେଟ୍

ନୂଆଦିଲ୍ଲୀ: ଏବର୍ଷ ହେବନି ସଂସଦର ଶୀତ ଅଧିବେଶନ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ଚଳିତ ବର୍ଷ ସଂସଦର ଶୀତକାଳୀନ ଅଧିବେଶନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଏକ ଚିଠିର ଉତ୍ତରରେ ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।
ଚିଠିରେ ସେ ଲେଖିଛନ୍ତି, ସମସ୍ତ ଦଳର ନେତାଙ୍କ ସହ ଆଲୋଚନା କରିବା ପରେ କୋଭିଡ୍ ମହାମାରୀ ଯୋଗୁ ଶୀତ ଅଧିବେଶନ ଡାକିବା ଉଚିତ ନୁହେଁ । ଚିଠିରେ ଉଲ୍ଲେଖ ରହିଛି ଯେ, ଆସନ୍ତାବର୍ଷ ଜାନୁଆରୀରେ ସଂସଦର ବଜେଟ୍ ଅଧିବେଶନ ଡକାଯିବ । ବର୍ତ୍ତମାନ ଶୀତ ଦିନ ସହ ଦିଲ୍ଲୀରେ ସଂକ୍ରମଣ ବଢୁଛି । ଏବେ ଅଧା ଡିସେମ୍ୱର ମାସ ଗଲାଣି । ଖୁବଶୀଘ୍ର ଟିକା ଆସୁଛି । ଏଭଳି ସ୍ଥତିତିରେ ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା ପରେ ଶୀତକାଳୀନ ଅଧିବେଶନ ଡାକିବା ଉଚିତ ନୁହେଁ ବୋଲି ମତାମତ ମିଳିଥିଲା ।

ଲୋକସଭା ବାଚସ୍ପତିଙ୍କୁ କଂଗ୍ରେସ ନେତା ଆଧୀର ରଞ୍ଜନ ଚୌଧୁରୀ ଦାବି କରିଥିଲେ, ସଂସଦର ଅଧିବେଶନ ଡକାଯାଉ । ଯାହାଦ୍ୱାରା କୃଷକ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇପାରିବ । ଆଇନରେ ସଂଶୋଧନ ଅଣାଯାଇ ପାରିବ ।

Comments are closed.