Latest Odisha News

BREAKING NEWS

ଋଷରୁ ତେଲ କିଣିବା ବନ୍ଦ କରିଦେବ କି ଭାରତ; ଟ୍ରମ୍ପଙ୍କ ମନ୍ତବ୍ୟ ମଧ୍ୟରେ ଏମିତି କହିଲା କ୍ରେମଲିନ୍

ନୂଆଦିଲ୍ଲୀ: ସଂପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି ଘୋଷଣା କରିବା ସହ ଆମେରିକା, ଭାରତ ଉପରୁ ଶୁଳ୍କ ୧୮% ହ୍ରାସ କରିଥିବା ନେଇ ସୂଚନା ମିଳିଛି। ଏନେଇ ମଙ୍ଗଳବାର ଦିନ ଋଷ ଏକ ବିବୃତି ଜାରି କରିଛି।

ଯେଉଁଥିରେ କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ କହିଛନ୍ତି ଯେ ଆମେରିକା ସହିତ ଭାରତର ବାଣିଜ୍ୟ ଚୁକ୍ତି ଘୋଷଣା ହେବା ପରେ ଭାରତ, ଋଷ ତେଲ କିଣିବା ବନ୍ଦ କରିବ ବୋଲି କୌଣସି ସୂଚନା ପ୍ରଦାନ କରିନାହିଁ। ଏଥିସହିତ ଆମେରିକା-ଭାରତ ଦ୍ୱିପାକ୍ଷିକ ସମ୍ପର୍କକୁ ଆମେ ସମ୍ମାନ କରୁ ଓ ଋଷ ଭାରତ ସହିତ ସମ୍ପର୍କ ଉପରେ ଟ୍ରମ୍ପଙ୍କ ମନ୍ତବ୍ୟକୁ ସତର୍କତାର ସହ ଆମେ ବିଶ୍ଳେଷଣ କରୁଛୁ ବୋଲି।

ଋଷ ଏବଂ ଭାରତ ମଧ୍ୟରେ ଏକ ଉନ୍ନତ ରଣନୈତିକ ସହଭାଗୀତା ବିକାଶକୁ ସମାନ ଗୁରୁତ୍ୱ ଦେଉଥିବା ନେଇ ମଧ୍ୟ ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ଏହା ଆମ ପାଇଁ ସର୍ବୋପରି ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ଦିଲ୍ଲୀ ସହିତ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବିକଶିତ କରିବାକୁ ଚାହୁଁଛୁ।ତେବେ ୨୦୨୨ ମସିହାରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ, ଭାରତ ରିହାତି ମୂଲ୍ୟରେ ରୁଷୀୟ ସମୁଦ୍ର ବାହିତ ଅଶୋଧିତ ତୈଳର ସବୁଠାରୁ ବଡ଼ କ୍ରେତା ପାଲଟିଯାଇଥିଲା।

ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଳ୍କ ହ୍ରାସ ବଦଳରେ ଋଷରୁ ତେଲ କିଣିବା ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିବା ନେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।

 

Comments are closed.