Latest Odisha News

BREAKING NEWS

Asha Bhosle Funeral: ପଞ୍ଚଭୂତରେ ଲୀନ ପ୍ରଖ୍ୟାତ ଗାୟିକା ଆଶା ଭୋଁସଲେ

ମୁମ୍ବାଇ: ପଞ୍ଚଭୂତରେ ଲୀନ ହୋଇଛନ୍ତି ପ୍ରଖ୍ୟାତ ଗାୟିକା ଆଶା ଭୋଁସଲେ। ୯୨ ବର୍ଷୀୟ ଗାୟିକାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବା ପରେ ତାଙ୍କୁ ଏପ୍ରିଲ ୧୧, ୨୦୨୬ରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହାପରେ ତାଙ୍କର ଦେହାନ୍ତ ହୋଇଥିଲା।

ପ୍ରାରମ୍ଭରେ ରିପୋର୍ଟ ଅନୁଯାୟୀ ଆଶା ଭୋଁସଲେଙ୍କୁ ହୃଦଘାତ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ପରେ ତାଙ୍କ ନାତୁଣୀ ଜନାଇ ଭୋଁସଲେ ସ୍ପଷ୍ଟ କରିଥିଲେ ଯେ ତାଙ୍କ ଜେଜେମାଙ୍କର ଛାତିରେ ସଂକ୍ରମଣ ହୋଇଥିଲା। ଯେଉଁଥିପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ତାଙ୍କ ଶେଷକୃତ୍ୟ ମୁମ୍ବାଇର ଶିବାଜୀ ପାର୍କ ଶ୍ମଶାନରେ କରାଯାଇଥିଲା। ଆଶା ଭୋଁସଲେଙ୍କ ପୁଅ ଆନନ୍ଦ ଭୋଁସଲେ ଅନ୍ତିମ ସଂସ୍କାର କରିଥିଲେ। ତେବେ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ଅନେକ ଗାୟକ ଗୀତ ଗାଇ ଆଶା ଭୋଁସଲେଙ୍କୁ ବିଦାୟ ଦେଇଥିଲେ। ଗାୟକମାନେ “ଅଭି ନା ଜାଓ ଛୋଡକର…” ଗୀତ ଗାଇ ଆଶା ତାଇଙ୍କୁ ଭାବପ୍ରବଣ ବିଦାୟ ଦେଇଥିଲେ।

ଅପରପକ୍ଷରେ ଅନ୍ତିମ ବିଦାୟ ବେଳେ ଆଶା ଭୋଁସଲେଙ୍କୁ ରାଜ୍ୟ ସରକାର ରାଜକୀୟ ସମ୍ମାନ ଦେଇ ତାଙ୍କୁ ଶେଷ ବିଦାୟ ଦେଇଥିଲେ। ସେହିପରି ମୁମ୍ବାଇ ପୋଲିସ ମଧ୍ୟ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲା।

ଆଶା ତାଇଙ୍କ ଅନ୍ତିମ ସଂସ୍କାରରେ ଚଳଚ୍ଚିତ୍ର ଶିଳ୍ପର ଅନେକ ବ୍ୟକ୍ତି ଏବଂ ରାଜନେତା ମଧ୍ୟ ଯୋଗ ଦେଇଥିଲେ।

Comments are closed.