Latest Odisha News

BREAKING NEWS

ଭୁବନେଶ୍ବରରେ ହେବନି ଜିରୋ ନାଇଟ୍ ସେଲିବ୍ରେସନ୍

ଭୁବନେଶ୍ବର: ପାଖେଇ ଆସୁଛି ନୂଆବର୍ଷ । ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତ ହେଲେଣି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନ୍ କରିବାକୁ ନୂଆ ନୂଆ ପ୍ଲାନ କରୁଛନ୍ତି ଲୋକେ । ହେଲେ ଏଥର କରୋନା କଟକଣା ଯୋଗୁ ଭୁବନେଶ୍ବରରେ ଜିରୋ ନାଇଟ୍ ସେଲିବ୍ରେସନ୍ ହେବ ନାହିଁ । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି ।

ବର୍ତ୍ତମାନର ଗାଇଡଲାଇନ୍ ଅନୁସାରରେ ୨୦୨୦ ଡିସେମ୍ବର ୩୧ ମଧ୍ୟରାତ୍ରରେ କୌଣସି ସେଲିବ୍ରେସନ୍ କରାଯିବ ନାହିଁ । କରୋନା ସଂକ୍ରମଣ ଦୃଷ୍ଟିରୁ ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା ଲଗାଯାଇଛି । ଅଧିକ ସଂଖ୍ୟକ ଲୋକ ଏକାଠି ହେବା ଦ୍ବାରା କରୋନା ସଂକ୍ରମଣ ବ୍ୟାପିବା ଆଶଂକା ଥିବାରୁ ବିଏମସି ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ରାଜାଧାନୀ ଭୁବନେଶ୍ବରରେ ଜିରୋ ନାଇଟ୍ ସେଲିବ୍ରେସନ୍ ବେଶ୍ ଧୁମଧାମରେ କରାଯାଇଥାଏ । ବାର, ହୋଟେଲ ଓ କ୍ଲବ ମାନଙ୍କରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଏ । ଡିଜେର ତାଳେ ତାଳେ ଲୋକେ ଝୁମିବା ସହ ନୂଆବର୍ଷକୁ ସ୍ବାଗତ କରିଥାନ୍ତି ।

Leave A Reply

Your email address will not be published.