Latest Odisha News

[ଭିଡ଼ିଓ] ସୋସିଆଲ ମିଡିଆରେ ପରିହାସର ବିଷୟ ପାଲଟିଛି ବର୍ଷା-ଅନୁଭବଙ୍କ ସମ୍ପର୍କ

ଭୁବନେଶ୍ୱର: ଏକ ସମ୍ପର୍କକୁ ସମାପ୍ତ କରିବା ସର୍ବଦା କଠିନ ହୋଇଥାଏ କିନ୍ତୁ ବେଳେବେଳେ ଏହା ଅତି ବିଭତ୍ସ ରୂପ ନେଇଥାଏ । ଆମେ କହୁଛୁ ଗୋଟିଏ ସମୟରେ ଓଲିଉଡର ହିଟ ଯୋଡି ଥିବା ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ କଥା। ଗୋଟିଏ ସମୟରେ ପ୍ରଶଂସକଙ୍କ ପ୍ରିୟ ଦମ୍ପତି ଥିବା ବର୍ଷା-ଅନୁଭବଙ୍କ କ୍ଷେତ୍ରରେ ଏହା ଘଟିଛି। ପରସ୍ପର ପ୍ରତି ଅଭିଯୋଗ, ସୋସିଆଲ ମିଡିଆରେ ବିଭିନ୍ନ ଟିପ୍ପଣୀ ସମ୍ପର୍କର ଫାଟକୁ ଆହୁରି ଅଧିକ କରିବାରେ ଲାଗିଛି। ଏହି ଯୁଦ୍ଧ ଏବେ ଦୁଇ କଳାକାରଙ୍କ ମଧ୍ୟରେ ସୀମିତ ନରହି ସେମାନଙ୍କ ଫ୍ୟାନ୍ ପେଜରେ ମଧ୍ୟ ଆରମ୍ଭ ହୋଇ ଯାଇଛି।

ଡିସେମ୍ବର ୧୪ ରେ, ଅଭିନେତା-ରାଜନେତା ଅନୁଭବ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ତାଙ୍କ ‘ବିରୋଧୀ’ମାନଙ୍କୁ ତାଙ୍କ ପ୍ରଶଂସକଙ୍କୁ ବର୍ଷା ଓ ତାଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟକୁ ନଆସିବାକୁ ଅନୁରୋଧ କରିଥିଲେ। “ମୋର ପ୍ରଶଂସକମାନେ ମୋର ପରିବାର, ଏବଂ ଯଦି କେହି ମୋ ପରିବାରକୁ ମୋ ବିରୁଦ୍ଧରେ ବ୍ୟବହାର କରନ୍ତି ତେବେ ମୁଁ ବରଦାସ୍ତ କରିବି ନାହିଁ। ତୁମର ସଂଗ୍ରାମ ମୋର ସହିତ ମୋ ପରିବାର ସହିତ ନୁହେଁ” ବୋଲି ସେ ଲେଖିଛନ୍ତି।

କିନ୍ତୁ ଏହି ଭିଡିଓ ପୋଷ୍ଟ କରିବାକୁ କେନ୍ଦ୍ରାପଡା ସାଂସଦଙ୍କୁ କ’ଣ ବାଧ୍ୟ କରାଇଲା? ଅନୁଭବଙ୍କ ପ୍ରଶଂସକ ବିରୁଦ୍ଧରେ ବର୍ଷା ଦେବାକୁ ଯାଉଥିବା ପୋଲିସ କମ୍ପ୍ଲେନ ଅଥବା ଅନୁଭଵଙ୍କ ଭଲ ବନ୍ଧୁ ତଥା ଦିଲ୍ଲୀର ସାମ୍ବାଦିକା ଜାଗୃତି ଶୁକ୍ଲାଙ୍କୁ ବର୍ଷାଙ୍କ ପ୍ରଶଂସକଙ୍କ ଦ୍ଵାରା ସୋସିଆଲ ମିଡିଆରେ ଟ୍ରୋଲ?

Leave A Reply

Your email address will not be published.