Latest Odisha News

BREAKING NEWS

ସିଲଭର୍ ସିଟି କଟକରେ ଜିରୋ ନାଇଟ ସେଲିବ୍ରେସନ ମନା ,ଚେକିଂ ଜୋରଦାର କରାଯିବ

କଟକ : କଟକରେ ଏଥର ଫିକା ପଡିବା ଜିରୋ ନାଇଟ ସେଲିବ୍ରେସନ । ଆଉ ଏ ବର୍ଷ ମଧ୍ୟ ସେଭଳି ଦେଖିବାକୁ ମିଳିବନି ଗହଳି ଚହଳି । ସିଲଭର୍ ସିଟି କଟକରେ ବିଭିନ୍ନ ହୋଟେଲ୍,କ୍ଲବ ରେଷ୍ଟୁରାଣ୍ଟରେ କୌଣସି ଆୟୋଜନ ହୋଇପାରିବ ନାହିଁ ବୋଲି ସରକାରଙ୍କ ଗାଇଡ୍ ଲାଇନ ଆସିଛି । ଡିସେମ୍ବର ୩୧ ରେ ଜିରୋ ନାଇଟ ସେଲିବ୍ରେସନ ମଧ୍ୟ ବନ୍ଦ ରଖିବାକୁ ହୋଟେଲ,କ୍ଲବ ମାନଙ୍କୁ ନିର୍ଦ୍ଦେଶ ନାମା ମାନିବାକୁ ସିଏମସି କହିଛି ।

ତେଣୁ ହୋଟେଲ୍ ମାନଙ୍କର ପରିବେଶ ପୁରା ଖାଁ ଖାଁ ଲାଗୁଛି। ନୂତନ ବର୍ଷକୁ ସ୍ୱାଗତ ଜଣାଇବା ଲାଗି ହୋଟେଲ୍ ପକ୍ଷରୁ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ ହୋଇଥାଏ। ବର୍ତ୍ତମାନ କରୋନା ସଂକ୍ରମଣ କମି ନଥିବା ବେଳେ ଏବେ ପୁଣି ଓମିକ୍ରନ୍ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଦୁଇବର୍ଷ ହେବ ଏଭଳି ସ୍ଥିତିରେ ହୋଟେଲ୍, ରେଷ୍ଟୁରାଣ୍ଟ ଗୁଡିକ ଚାଲୁଥିବାରୁ ବ୍ୟବସାୟ ପୁରା ମାନ୍ଦା ପଡିଯାଇଛି। ସରକାରଙ୍କ ଗାଇଡ୍ ଲାଇନ୍ ଆସି ଯାଇଥିବାରୁ ଏହାକୁ ପାଳନ କରି ହୋଟେଲ ମାନଙ୍କ ପକ୍ଷରୁ ବିଭିନ୍ନ ଆୟୋଜନମାନ ବନ୍ଦ କରାଯାଇଛି।

ଆଉ ଯଦିଓ ଗ୍ରାହକମାନେ ଆସନ୍ତି ତେବେ ୫୦ ପ୍ରତିଶତ ରିହାତିରେ ରେଷ୍ଟୁରାଣ୍ଟ୍ ରେ ସୁବିଧା ଯୋଗାଇ ଦେବାକୁ କହିଛନ୍ତି। ଏଥିସହିତ କୋଭିଡ୍ ନିୟମାବଳୀ ମାନିବାକୁ ମଧ୍ୟ ଗ୍ରାହକମାନଙ୍କୁ କୁହାଯିବ ବୋଲି ହୋଟେଲ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଗାଇଡ୍ ଲାଇନ୍ ଅନୁଯାୟୀ ଏସ୍ଥାନମାନଙ୍କରେ ଆୟୋଜନ ମାନ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି।  ହୋଟେଲ୍, ବାର ଗୁଡିକରେ ଚେକିଂ ଜୋରଦାର କରାଯିବ ବୋଲି କହିଛନ୍ତି ସିଏମସି କମିସନର୍ ଅନନ୍ୟା ଦାସ। କମିସନରେଟ୍ ପୋଲିସ ମଧ୍ୟ ଏହି ଗାଇଡ୍ ଲାଇନକୁ ମାନିବାକୁ କହିଛି।

ଏଥିପାଇଁ ଡିସେମ୍ବର ୩୧ ରାତ୍ରି ଠାରୁ କଡା କଟକଣା ଲଗାଇଛି। ରାତି ୯ ଟା ସମୟ ଠାରୁ ନାଇଟ୍ କର୍ଫ୍ୟୁ ବଳବତ୍ତର ରଖି ବ୍ଲକିଂ ଏବଂ ଚେକିଂ କୁ କଡାକଡି କରାଯିବ। ଥାନା ସ୍ତରରେ ଏସବୁ କରାଯାଇ ଅମାନିଆଙ୍କ ଉପରେ ଫାଇନ୍ କଷାଯିବ।

ସେହିଭଳି ହୋଟେଲ୍, କ୍ଲବ୍,ବାର୍ ମାନେ ନିୟମକୁ ଉଲ୍ଲଘଂନ କରନ୍ତି । ତେବେ ସେମାନଙ୍କ ଉପରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ସହରରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି  ଡିସିପି ପ୍ରତୀକ ସିଂ କହିଛନ୍ତି।

 

 

Leave A Reply

Your email address will not be published.