Latest Odisha News

BREAKING NEWS

[ଭିଡିଓ] ମୋବାଇଲ ଚୋରି ଅଭିଯୋଗରେ ନାବାଳିକାଙ୍କୁ ନିସ୍ତୁକ ମାଡ

ଭୁବନେଶ୍ୱର: ଏବେ ବି ଲୋକଙ୍କ ମାନସିକତାରେ ଲୁଚି ରହିଛି ଜାତିଭେଦ । କେଉଁଠି ନା କେଉଁଠି ପ୍ରତିଦିନ ସାମ୍ନାକୁ ଆସୁଛି ଜାତିଆଣ ଆକ୍ଷେପ ଜନିତ ଅଘଟଣ । ଏହି ଧାରାରେ ଜଣେ ଦଳିତ ନାବାଳିକାକୁ ମୋବାଇଲ ଚୋରି ଅଭିଯୋଗରେ ନିସ୍ତୁକ ମାଡ ମରାଯାଇଥିବାର ଭିଡିଓ ଭାଇରାଲ୍ ହୋଇଛି ।

ଉତ୍ତରପ୍ରଦେଶ ଅମେଠି ଜିଲ୍ଲାରେ ଜଣେ ଦଳିତ ନାବାଳିକାକୁ ମୋବାଇଲ ଚୋରି ଆଭିଯୋଗରେ ଗୋଟିଏ ପରିବାରର ସଦସ୍ୟମାନେ ନିସ୍ତୁକ ମାଡ ମାରିଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଭିଡିଓରେ ଦୁଇଜଣ ବ୍ୟକ୍ତି ନାବାଳିକାର ଗୋଡ ଧରିଥିଲାବେଳେ ଅନ୍ୟ ଜଣେ ପାଦକୁ ଲାଠିରେ ପ୍ରହାର କରିବାରେ ଦେଖାଯାଇପାରେ । ଏପରିକି ମଣିଷ ରୂପି ସଇତାନମାନେ ନାବାଳିକାର ଚୁଟି ଘୋଷାଡିବାରେ ମଧ୍ୟ ସ୍ପଷ୍ଟ ଦେଖାଯାଇପାରେ । ତେବେ ସବୁଠୁ ଚକିତକର ଘଟଣା ହେଉଛି ଖୋଦ ମାଡ ମାରୁଥିବା ଲୋକେ ହିଁ ଏହି ଭିଡିଓ ଉତ୍ତୋଳନ କରି ଭାଇରାଲ୍ କରିଥିଲେ ।

ଏହି ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଅମେଠି ପୋଲିସ ଆକ୍ସନ୍ ମୋଡକୁ ଆସିଥିଲା । ଘଟଣାରେ ସଂପୃକ୍ତ ନମନ ସୋନି ନାମକ ଜଣେ ଅଭିଯୁକ୍ତ ଗିରଫ ମଧ୍ୟ ହୋଇଛି । ଅନ୍ୟପଟେ ଚମ୍ପଟ୍ ଅଭିଯୁକ୍ତଙ୍କୁ ଧରିବା ଲାଗି ଛାନଭିନ ଜାରି ରହିଛି ବୋଲି ଖୋଦ ଅମେଠି ଥାନାଧିକାରୀ ଏକ ଭିଡିଓ ଜରିଆରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.