ଜେରୁସାଲେମ: ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର ମାନେ । ତାହା ପୁନର୍ବାର ପ୍ରମାଣିତ କରିଛନ୍ତି ଇସ୍ରାଏଲର ନୋଆ ଟୋଲାଡେ । ମହିଳା ହେବା ସତ୍ୱେ ସେ ଗଗନଶ୍ଚୁମ୍ଭୀ ଅଟ୍ଟାଳିକାର କାଚ ସଫା କରୁଛନ୍ତି । ପ୍ରାୟତଃ ଏହି କାର୍ଯ୍ୟ ପୁରୁଷମାନେ କରିଥାନ୍ତି । ନୋଆଙ୍କ ସାହସିକତା ଅନେକ ମହିଳାଙ୍କୁ ପ୍ରେରଣା ଯୋଗାଉଛି । ଯାହା ପୁରୁଷ କରି ପାରୁଛନ୍ତି ତାହା ମହିଳା ବି କରିପାରିବେ ତାହା ସେ ପ୍ରମାଣିତ କରିଛନ୍ତି ।
କାଚ ସଫା କଲା ବେଳେ ଗୋଟିଏ ହାତରେ ଦଉଡି ଧରିଥିବା ବେଳେ ଅନ୍ୟ ହାତରେ ସଫା କରିଥାନ୍ତି । ସେ ସଫା କରୁଥିବା ବେଳେ ତାଙ୍କ ଭିଡିଓ କେହି ଜଣେ ସୋସିଆଲ ସାଇଟରେ ଶେୟାର କରି ଦେଲେ । ବର୍ତମାନ ସେ ଇସ୍ରାଏଲର ଷ୍ଟାର ପାଲଟିଛନ୍ତି କହିଲେ ଭୁଲ ହେବ ନାହିଁ । ଟିକଟକରେ ନୋଆଙ୍କ ୬୦ ହଜାର, ଇନଷ୍ଟଙ୍ଗ୍ରାମରେ ୩ ହଜାର ଫଲୋର୍ସ ଅଛନ୍ତି ।
Comments are closed.