Latest Odisha News

ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ୬ ମାସ ଜେଲ ଦଣ୍ଡ ଶୁଣାଇଲେ ବାଂଲାଦେଶ କୋର୍ଟ

ନୂଆଦିଲ୍ଲୀ: ଶ୍ରମ ଆଇନ ଉଲ୍ଲଘଂନ ଅଭିଯୋଗରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ ଦୋଷୀ ସାବ୍ୟସ୍ତ । ବାଂଲାଦେଶର ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ୟୁନୁସ। ଯାହା ଫଳରେ ତାଙ୍କୁ ଓ ଅନ୍ୟ ୩ ସହଯୋଗୀଙ୍କୁ ଛଅ ମାସର ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ବାଂଲାଦେଶ କୋର୍ଟ।

ଏହାକୁ ନେଇ ରାଜନୀତି ମଧ୍ୟ ଜୋର୍‌ ଧରିଛି। ୟୁନୁସଙ୍କ ସମର୍ଥକମାନେ, ଜେଲ୍‌ ଦଣ୍ଡାଦେଶକୁ ବିରୋଧ କରିବା ସହ ଘଟଣାରେ ସଂପୂର୍ଣ୍ଣ ଭାବେ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ଅଭିଯୋଗ କରିଛନ୍ତି। କୋର୍ଟରେ ଆବେଦନକାରୀ ଖୁର୍ଶିଦ ଆଲମ ଖାନ କହିଛନ୍ତି ପ୍ରୋଫେସର ୟୁନୁସ ଏବଂ ତାଙ୍କର ତିନି ଗ୍ରାମୀଣ ଟେଲିକମ୍ ସହଯୋଗୀଙ୍କୁ ଶ୍ରମ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏମାନଙ୍କୁ ଛଅ ମାସର ଜେଲ୍‌ ଦଣ୍ଡ ଶୁଣାଯାଇଛି। ତେବେ ୟୁନୁସ ଏବଂ ତାଙ୍କର ସହଯୋଗୀମାନେ ଏକଥାକୁ ଖଣ୍ଡନ କରିଛନ୍ତି।

ମାଇକ୍ରୋଫାଇନାନ୍ସ ବ୍ୟାଙ୍କ ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କୁ ଆର୍ଥିକ ଦୁର୍ଗତିରୁ ମୁକ୍ତ କରିଥିବା ପ୍ରଫେସର ୟୁନୁସ ଗତ କିଛି ଦିନ ଧରି ବିବାଦରେ ଛନ୍ଦି ହୋଇଥିଲେ । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ ତାଙ୍କର ତିକ୍ତତା ଲାଗିରହିଥିବାବେଳେ ୟୁନୁସ ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି ବୋଲି ହାସିନା ଅଭିଯୋଗ କରିଥିଲେ । ୨୦୦୬ରେ ନୋବେଲ ଶାନ୍ତି ପାଇଥିବା ପ୍ରଫେସର ୟୁନୁସଙ୍କୁ ଖୋଲାଖୋଲି ବିରୋଧ କରିଥିଲେ ହାସିନା ।

 

 

 

Comments are closed.