Latest Odisha News

ମେଡିସିନ୍ ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ୍ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ମେଡିସିନ୍ ପାଇଁ ସମ୍ମାନଜନକ ନୋବେଲ୍ ପୁରସ୍କାର ଘୋଷଣା। ୨୦୨୫ ବର୍ଷ ପାଇଁ ୩ ବୈଜ୍ଞାନିକଙ୍କୁ ମେଡିସିନ୍‌ରେ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ମ୍ୟାରି ଇ. ବ୍ରୋନ୍‌କୋ, ଫ୍ରେଡ୍‌ ରାମ୍ସଡେଲ୍, ସିମୋନ ଶାକାଗୁଚିଙ୍କୁ ମିଳିବ ନୋବେଲ୍ ପୁରସ୍କାର। ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧିଜନିତ ମେଡିସିନ୍ ଗବେଷଣା ପାଇଁ ମିଳିବ ନୋବେଲ୍।

ବ୍ରୁଙ୍କୋ ଇନଷ୍ଟିଚ୍ୟୁଟ୍ ଅଫ୍ ସିଷ୍ଟମ୍ସ ବାୟୋଲୋଜିରେ କାମ କରୁଥିବା ବେଳେ ରାମସଡେଲ୍, ସୋନୋମା ବାୟୋଥେରାପିଉଟିକ୍ସ ସହିତ ଏବଂ ସାକାଗୁଚି ଜାପାନର ଓସାକା ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରନ୍ତି। ନୋବେଲ ପୁରସ୍କାରର ଏକ୍ସ ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି । ପୋଷ୍ଟରେ ଲେଖାଯାଇଛି, “ମ୍ୟାରୀ ଇ. ବ୍ରୁଙ୍କୋ, ସାନ ଫ୍ରାନ୍ସିସ୍କୋର ଫ୍ରେଡ୍ ରାମସଡେଲ୍ ଏବଂ ଜାପାନର ଶିମୋନ୍ ସାକାଗୁଚି ପ୍ରତିରକ୍ଷା ପ୍ରଣାଳୀ କିପରି ନିୟନ୍ତ୍ରିତ ରଖାଯାଏ ତାହା ଉପରେ ଗବେଷଣା କରିଛନ୍ତି । ‘ପେରିଫେରାଲ୍ ଇମ୍ୟୁନ୍ ଟଲରେନ୍ସ’ ସମ୍ବନ୍ଧୀୟ ସେମାନଙ୍କର ଆବିଷ୍କାର ପାଇଁ ଏହି ତିନି ଜଣଙ୍କୁ ସମ୍ମାନିତ କରାଯାଇଛି ।”

‘ପେରିଫେରାଲ୍ ଇମ୍ୟୁନ୍ ଟଲରେନ୍ସ’; ଏହି ଆବିଷ୍କାର ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ବୁଝିବାରେ ବିପ୍ଳବୀ ପରିବର୍ତ୍ତନ ଆଣିଛି, ଯାହା ରିଉମାଟଏଡ୍ ଆର୍ଥ୍ରାଇଟିସ୍, ଟାଇପ୍ ୧ ଡାଇବେଟିସ୍ ଏବଂ ଲୁପସ୍ ଭଳି ଅଟୋଇମ୍ମ୍ୟୁନ୍ ରୋଗର ଚିକିତ୍ସା ପାଇଁ ପଥ ଖୋଲିଛି।

Comments are closed.