Latest Odisha News

BREAKING NEWS

କିଟ ସେନ୍ ଗ୍ଲୋବ୍‌ର ୧୧ତମ ପ୍ରତିଷ୍ଠା ଦିବସ; ନୋବେଲ ବିଜେତା ଅଭିଜିତ ବାନାର୍ଜୀ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ…

ଭୁବନେଶ୍ୱର: କିଟ୍ ଇଂଟରନ୍ୟାସନାଲ ସ୍କୁଲରେ ସ୍ୱତନ୍ତ୍ର ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସ୍ପେଶାଲ୍ ଏଜୁକେସନାଲ୍ ନିଡ୍‌ସ (ସେନ୍‌) ଗ୍ଲୋବର ୧୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୋବେଲ ପୁରସ୍କାର ବିଜେତା ପ୍ରଫେସର ଅଭିଜିତ ବିନାୟକ ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେ କହିଥିଲେ, ଆମେ ସମସ୍ତେ ଭିନ୍ନ । ଆମେ ନିରନ୍ତର ସ୍ଥିର ଉପାୟରେ ନିଜର ସଫଳତାକୁ ଶ୍ରେୟ ଦେବାକୁ ଚେଷ୍ଟା କରୁ । ଶିକ୍ଷକ  ଶିକ୍ଷୟିତ୍ରୀ କିମ୍ବା ଅଭିଭାବକ ସେମାନଙ୍କ ପିଲାଙ୍କ ଚିନ୍ତାଧାରା, ସର୍ଜନା ଓ ଦୃଷ୍ଟିକୋଣକୁ ଗୁରୁତ୍ୱଦେବା ଉଚିତ । ଅଭିଭାବକମାନେ ସେମାନଙ୍କ ଚିନ୍ତାଧାରା ପିଲାଙ୍କ ଉପରେ ଲଦିଦେବା ଉଚିତ ନୁହେଁ । ପିଲାମାନଙ୍କୁ ସେମାନଙ୍କ ଅନ୍ତର୍ନିହିତ ଦକ୍ଷତା ପରିପ୍ରକାଶ ନିମନ୍ତେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କୁ ସୁଯୋଗ ଦେବା ଉଚିତ। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍ ଇଂଟରନ୍ୟାସନାଲ୍ ସ୍କୁଲ୍ ସେନ୍ ଗ୍ଲୋବ ଜରିଆରେ ମାନସିକ ଓ ଶାରୀରିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସାଧାରଣ ଛାତ୍ରଛାତ୍ରୀଙ୍କ ସମକକ୍ଷ କରାଇବା ପାଇଁ ଯେଉଁ ପ୍ରୟାସ ଜାରି ରଖିଛି ତାହା ଭାରତରେ ବିରଳ । ଫଳରେ ଏଠାରେ ପଢ଼ୁଥିବା ଏହି ଛାତ୍ରଛାତ୍ରୀମାନେ ସାଧାରଣ ଛାତ୍ରଛାତ୍ରୀଙ୍କ ଭଳି ଶିକ୍ଷା ତଥା ବିଭିନ୍ନ କ୍ଷେତ୍ରରେ ଆତ୍ମବିଶ୍ୱାସ ସହ ପାରଦର୍ଶିତା ଲାଭ କରୁଛନ୍ତି । ଏଥିପାଇଁ ସେ କିଟ୍ ସେନ୍ ଗ୍ଲୋର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହା ସହ କିଟ୍ ଇଂଟରନ୍ୟାସ୍‌ନାଲ୍ ସ୍କୁଲ୍‌ର ଚେୟାର ପର୍ସନ ଡ. ମୋନାଲିସା ବଳ, ଅଧ୍ୟକ୍ଷ ଡ ସଞ୍ଜୟ ସୁଆରଙ୍କ ସେମାନଙ୍କ ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଥିଲେ ।ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦିନ ତମାମ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ଦେଖିବାକୁ ମିଳିଥିଲା। ଏହା ସହ ବାଲ୍ ଶକ୍ତି ପୁରସ୍କାର ବିଜେତା କୋରୋକ୍ ବିଶ୍ୱାସଙ୍କ ଏକ ସୁନ୍ଦର ଶାସ୍ତ୍ରୀୟ କାର୍ଯ୍ୟକ୍ରମ ପ୍ରଦର୍ଶନ ଦର୍ଶକଙ୍କୁ ବିଶେଷ ଭାବରେ ଆକର୍ଷିତ କରିଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ. ମୋନାଲିସା ବଳ, ଡ. ସଞ୍ଜୟ ସୁଆର ଓ ଇଂଟରନ୍ୟାସ୍‌ନାଲ୍ କରିକୁଲମ୍‌ର ମୁଖ୍ୟ ଡ. ମାର୍କ କୋଲେମନ ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.