କୋଲକାତା: ପଶ୍ଚିମବଙ୍ଗର ବାରାକପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ତୃଣମୁଳ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ପ୍ରଧାନମନ୍ତ୍ରୀ ୫ଟି ଗ୍ୟାରେଣ୍ଟି ଦେଇଛନ୍ତି। ମୋଦୀ କହିଛନ୍ତି ଯେ, ସେମାନେ ସିଏଏ ଆଇନକୁ ରଦ୍ଦ କରିବା କଥା କହୁଛନ୍ତି, କିନ୍ତୁ ଆଜି ମୁଁ ଟିଏମ୍ସି ହେଉ କି କଂଗ୍ରେସ ହେଉ କିମ୍ବା ଇଣ୍ଡିଆ ଆଲାଇନ୍ସ, ମୁଁ ପ୍ରତ୍ୟେକଙ୍କୁ ଏକ ବଡ ଧରଣର ଝଟକା ଦେଇ ବଙ୍ଗଳାକୁ ୫ଟି ଗ୍ୟାରେଣ୍ଟି ଦେଉଛି ।
ମୋଦୀ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ମୋଦି ଅଛନ୍ତି, ଧର୍ମ ଆଧାରରେ ସଂରକ୍ଷଣ ଦିଆଯିବ ନାହିଁ। ଏସ୍ସି, ଏସ୍ଟି ଏବଂ ଓବିସିର ସଂରକ୍ଷଣକୁ କେହି ଶେଷ କରିପାରିବେ ନାହିଁ। କେହି ଆପଣଙ୍କୁ ରାମ ନବମୀ ପାଳନ କରିବା ଏବଂ ଭଗବାନ ରାମଙ୍କୁ ପୂଜା କରିବାରେ ଅଟକାଇ ପାରିବେ ନାହିଁ। ଯେପର୍ଯ୍ୟନ୍ତ ମୋଦି ଅଛନ୍ତି, ରାମ ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କେହି ଓଲଟାଇ ପାରିବେ ନାହିଁ। ଏପରିକି କେହି ସିଏଏ ଆଇନକୁ ରଦ୍ଦ କରିବାକୁ ମଧ୍ୟ ସମର୍ଥ ହେବେ ନାହିଁ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, କଣ ଆମର ଏହି ମହାନ ଦେଶକୁ ଟିଏମସି, କଂଗ୍ରେସ ଏବଂ ବାମପନ୍ଥୀ ଲୋକଙ୍କୁ ହସ୍ତାନ୍ତର କରାଯାଇପାରିବ କି? ଟିଏମସି ନେତା ମାନେ କହିଛନ୍ତି ଯେ, ହିନ୍ଦୁ ମାନଙ୍କୁ ଭାଗିରଥୀ ନଦୀରେ ଭଷେଇଦେବେ । ତାଙ୍କର ଏପରି ଉଦ୍ଧତପୂର୍ଣ୍ଣ ସାହାସ କେଉଁଠାରୁ ଆସିଲା । ଏମାନେ ଏଠାରେ ହିନ୍ଦୁ ମାନଙ୍କୁ ଦ୍ଵିତୀୟ ନାଗରିକ କରି ରଖିଛନ୍ତି । ଏପରିକି ଏସସି, ଏସଟି ଓ ଓବିସି ସମ୍ପ୍ରଦାୟଙ୍କୁ ପାଇଛ ଥିବା ସମସ୍ତ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ଛଡେଇ ନେଇଛନ୍ତି । ଏପରିକି ସେମାନେ କହୁଛନ୍ତି ଯେ ଏହି ସଂରକ୍ଷଣ ବ୍ୟବସ୍ଥା ସମ୍ପୁର୍ଣ୍ଣ ଭାବରେ ମୁସଲିମ ମାନଙ୍କୁ ଦିଆଯାଉ । ଯାହା ମୁ କେବେ କରେଇଦେବିନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
Comments are closed.