Latest Odisha News

BREAKING NEWS

ପ୍ରଭୁ ଜଗନ୍ନାଥଙ୍କ କାମକୁ କେହି ଅଟକାଇ ପାରିବେନି: ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ସଂକ୍ରମଣ କମିବାରୁ ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମ ଥର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି । ଏହି ଅବସରରେ ଜାତୀୟ ସ୍ମାରକୀ ପ୍ରାଧିକରଣ ଦ୍ୱାରା ଜାରି ବାଇ ଲ‘ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, କେନ୍ଦ୍ର ସରକାର ବାଇ ଲ’କୁ ପ୍ରତ୍ୟାହାର କରିବା ଉଚିତ । ସେ କହିଛନ୍ତି, ଜଗନ୍ନାଥଙ୍କ କାମକୁ କେହି ଅଟକାଇ ପାରିବେ ନାହିଁ ।
ଏହାସହ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ବିକାଶମୂଳକ କାର୍ଯ୍ୟ ପାଇଁ ଜମି ଦେଇଥିବା ଲୋକଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ତାଙ୍କ ସହ ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନ୍, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିମୂଳକ କାମ ଅଗ୍ରଗତିର ସମୀକ୍ଷା କରିଥିଲେ ।


ସେତେବେଳେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ କଟକଣା ଥିବାରୁ ସିଂହଦ୍ୱାର ନିକଟରେ ପତିତପାନବନଙ୍କୁ ଦର୍ଶ କରି ଫେରିଥିଲେ ମୁଖ୍ୟମନ୍ତ୍ରୀ । ଆଜି ପୁରୀ ଗସ୍ତ ପୂର୍ବରୁ ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥ ଲେଖିବା ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଉତ୍ସାହିତ ଥିବା ଜଣାଇଥିଲେ ।

Leave A Reply

Your email address will not be published.