Latest Odisha News

BREAKING NEWS

ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ହେବ ନାମାଙ୍କନ

ଭୁବନେଶ୍ବର:୨୦୨୪ ସାଧାରଣ ନିର୍ବାଚନ ୭ଟି ପର୍ଯ୍ୟାୟରେ ଦେଶରେ ଅନୁଷ୍ଠିତ ହେବ। ଓଡ଼ିଶାରେ ମତଦାନ ୪ଟି ପର୍ଯ୍ୟାୟରେ ଯଥାକ୍ରମେ ଆସନ୍ତା ମେ ୧୩, ୨୦ ,୨୫ ଏବଂ ଜୁନ୍‌ ୧ ରେ କରାଯିବ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇବ । ଏହି ପର୍ଯ୍ୟାୟରେ ଓଡ଼ିଶାର ୪ଟି ଲୋକ ସଭା ଆସନ ବ୍ରହ୍ମପୁର ,କଳାହାଣ୍ଡି, ନବରଙ୍ଗପୁର, ଏବଂ କୋରାପୁଟର ସଂସଦୀୟ କ୍ଷେତ୍ର ଅଧିନ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ।ସେହିପରି ପ୍ରାର୍ଥିପତ୍ର ଦାଖଲ ପାଇଁ ଶେଷ ତାରିଖ ଏପ୍ରିଲ ୨୪ ରଖାଯାଇଛି ।

ଏପ୍ରିଲ ୨୬ରେ ପ୍ରାର୍ଥିପତ୍ରଯାଞ୍ଚ ହେବା କୁ ଥିବା ବେଳେ ୨୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି। ଏବଂ ପରେ ମେ ୧୩ରେ ଭୋଟ ଗ୍ରହଣ କରାଯିବ।  ସମେତ ୧୦ ଟି ରାଜ୍ୟରେ ମତଦାନ ପାଇଁ  ବିଜ୍ଞପ୍ତି ପ୍ରକାଶ ପାଇଛି  । ସୂଚନା ଅନୂସାରେ, ରାଜ୍ୟରେ ସହରାଞ୍ଚଳରେ ୪୩୮୦ ଏବଂ ଗ୍ରାମାଞ୍ଚଳରେ ୩୩,୪୨୯ କେନ୍ଦ୍ର ରହିଛି। ୩,୩୪,୭୩,୫୬୧ ଜଣ ମତଦାତା ଥିବାବେଳେ ଏଥିପାଇଁ ୩୦,୬୫୩ ମତଦାନ ସ୍ଥାନରେ ୩୭,୮୦୯ ପୋଲିଂ ବୁଥ୍‌ ରହିବ।

Leave A Reply

Your email address will not be published.