Latest Odisha News

BREAKING NEWS

୬୭ ବଲ ବାକି ଥାଇ ଗୁଜରାଟକୁ ହରାଇଲା ଦିଲ୍ଲୀ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ବୁଧବାର ଅନୁଷ୍ଠିତ ସମ୍ପୂର୍ଣ୍ଣ ଏକତରଫା ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ହାତରେ ୬ଟି ୱିକେଟ ଏବଂ ୬୭ ବଲ ବାକି ଥାଇ ଶୋଚନୀୟ ଭାବେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୮୯ ରନରେ ଅଲଆଉଟ ହୋଇଥିଲା । ୯୦ ରନର ବିଜୟ ଲକ୍ଷ୍ୟକୁ ୮.୫ ଓଭରରେ ୪ଟି ୱିକେଟ ହରାଇ ଦିଲ୍ଲୀ ହାସଲ କରି ନେଇଥିଲା । ଜ୍ୟାକ ଫ୍ରେଜର ୨୦, ସାଇ ହୋପ ୧୯ ରନ କରିଥିବା ବେଳେ ଅଧିନାୟକ ରିଷଭ ପନ୍ତ ୧୬ ରନ କରି ଅପରାଜିତ ରହିଥିଲେ । ଗୁଜରାଟର ସନ୍ଦୀପ ୱାରିୟର ୨ଟି ୱିକେଟ ନେଇଥିଲେ । ୮୯ ରନ ଆଇପିଏଲରେ ଗୁଜରାଟର ସବୁଠାରୁ କମ ଦଳଗତ ସ୍କୋର । ଗତ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦଳ ୧୨୫ରେ ଅଲଆଉଟ ହୋଇଥିଲା । ଟସ ଜିତି ଦିଲ୍ଲୀ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।

ଦିଲ୍ଲୀ ବୋଲରଙ୍କ ଚମତ୍କାର ବୋଲିଂ ଆଗରେ ଗୁଜରାଟ ଟିମ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇ ପଡିଥିଲା । ରଶିଦ ଖାଁଙ୍କ ୩୧, ସାଇ ସୁଦର୍ଶନ ୧୨ ଓ ରାହୁଲ ଟେୱାଟିଆ ୧୦ ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ । ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଈଶାନ୍ତ ଶର୍ମା ଓ ଟ୍ରିଷ୍ଟାନ ଷ୍ଟବ୍ସ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ଗୁଜରାଟ ୭ ମ୍ୟାଚରେ ୬ ଓ ଦିଲ୍ଲୀ ୭ ମ୍ୟାଚରୁ ୬ ପଂଏଟ ହାସଲ କରିଛନ୍ତି ।

Leave A Reply

Your email address will not be published.