ଭୁବନେଶ୍ୱର: ଶୁକ୍ରବାର ଯାଞ୍ଚ ପରେ ଓଡ଼ିଶାରେ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ସମସ୍ତ ପାଞ୍ଚ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଗ୍ରହଣ କରାଯାଇଛି। ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନେ ହେଲେ ସଂତୃପ୍ତ ମିଶ୍ର, ଡକ୍ଟର ଦତ୍ତେଶ୍ୱର ହୋତା, ମନମୋହନ ସାମଲ, ସୁଜିତ କୁମାର ଏବଂ ଦିଲୀପ ରାୟ। ଯାଞ୍ଚ ପ୍ରକ୍ରିୟା ସମୟରେ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଠିକ୍ ଥିବା ଜଣାପଡ଼ିଛି।
ବିଜୁ ଜନତା ଦଳ (ବିଜେଡି) ତୃତୀୟ ସୁରକ୍ଷିତ ଆସନ ପାଇଁ ସଂତୃପ୍ତ ମିଶ୍ରଙ୍କପ ପ୍ରାର୍ଥୀ କରିଥିବା ବେଳେ, ଆଞ୍ଚଳିକ ଦଳ ଓଡ଼ିଶାରୁ ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ରାଜ୍ୟସଭା ଆସନ ପାଇଁ ଡକ୍ଟର ଦତ୍ତେଶ୍ୱର ହୋତାଙ୍କୁ ମନୋନୀତ କରିଛି। କଂଗ୍ରେସ ହୋତାଙ୍କୁ ସମର୍ଥନ ଜଣାଇଛି।
ସେହିପରି, ଭାରତୀୟ ଜନତା ପାର୍ଟି (ବିଜେପି) ଏହାର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଦାୟୀ ସାଂସଦ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି। ଦଳ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବରିଷ୍ଠ ନେତା ଦିଲୀପ ରାୟଙ୍କୁ ସମର୍ଥନ ଦେଇଛି। ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ମଇଦାନରେ ଅଛନ୍ତି ୫ ଯୋଦ୍ଧା। ମନମୋହନ, ସୁଜିତ, ସଂତୃପ୍ତ, ଦତ୍ତେଶ୍ଵର ଏବଂ ଦିଲ୍ଲୀପଙ୍କ ପ୍ରାର୍ଥିପତ୍ର କାଏମ। ଚତୁର୍ଥ ଆସନରେ ହେବ ରୋଚକ ଲଢେଇ। ବିଜେଡି ଓ କଂଗ୍ରେସର କମନ୍ କ୍ୟାଣ୍ଡିଡେଟ୍ ଦତ୍ତେଶ୍ଵର ହୋତା ଏବଂ ବିଜେପି ସମର୍ଥିତ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ମଧ୍ୟରେ ଫାଇଟ୍।
Comments are closed.