Latest Odisha News

BREAKING NEWS

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗ ନଗରରେ ଅଣ ସଂକ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ

କଳିଙ୍ଗନଗର: ଅଣସଂକ୍ରାମକ ରୋଗ (ଏନସିଡି) ନିୟନ୍ତ୍ରଣ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାର ଦାନଗଦୀ ଓ ସୁକିନ୍ଦା ବ୍ଲକର ବିଭିନ୍ନ ମାରାତ୍ମକ ଅଣସଂକ୍ରାମକ ରୋଗ ଚିହ୍ନଟ ଓ ଏହାର ମୁକାବିଲା କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଆସନ୍ତା ୪ ବର୍ଷ ମଧ୍ୟରେ ଉଚ୍ଚ ରକ୍ତଚାପ, ମଧୁମେହ, ସ୍ତନ କର୍କଟ ଓ ମୁଖ କର୍କଟ ରୋଗୀଙ୍କୁ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ବ୍ଲକର ମୋଟ ଜନସଂଖ୍ୟା ୨.୯ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ଏହାର ଲକ୍ଷ୍ୟ । ସମଗ୍ର ସମ୍ପ୍ରଦାୟକୁ ସାମଗ୍ରିକ ଚିକିତ୍ସା ସେବା ଓ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ଅର୍ଥପୂର୍ଣ୍ଣ ସଂଯୋଗକୁ ସକ୍ଷମ କରିବା ଏବଂ ଗ୍ରାମୀଣ ଓ ଆଦିବାସୀ ସମ୍ପ୍ରଦାୟ ଆବଶ୍ୟକ କରୁଥିବା ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

ଏହା ଆରମ୍ଭ ହେବାର ପ୍ରଥମ ବର୍ଷ (୨୦୨୩-୨୪) ରେ ଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳର ଗ୍ରାମ ଗୁଡ଼ିକରେ ବ୍ୟାପକ ଗୋଷ୍ଠୀ ଭିତ୍ତିକ ସ୍କ୍ରିନିଂ ମାଧ୍ୟମରେ ୩୦ ବର୍ଷରୁ ଅଧିକ ବୟସର ପ୍ରାୟ ୨୫ ପ୍ରତିଶତ ଲୋକଙ୍କ ନିକଟରେ ପହଞ୍ଚି ପାରିଥିଲା । ୨୮,୮୬୭ ଜଣଙ୍କ ଘର ଘର ବୁଲି ସ୍କ୍ରିନିଂରୁ ୮ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ ୬ ପ୍ରତିଶତ ଲୋକ ମଧୁମେହ ରୋଗରେ ପୀଡ଼ିତ ଥିବା ଜଣାପଡିଥିଲା । ଯାହା ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ)ର ଦୀର୍ଘମିଆଦୀ ଯୋଜନାର ପ୍ରମାଣ ଦେଉଛି । ଏହା ବ୍ୟତୀତ ଯାଜପୁରର ଦୁଇଟି ବ୍ଲକରେ ସ୍କ୍ରିନିଂ ପରେ ୨ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ଓ ୩ ପ୍ରତିଶତ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ପରେ ଅଧିକ ରୋଗ ନିର୍ଣ୍ଣୟ ଓ ଚିକିତ୍ସା ପାଇଁ ସମ୍ପୃକ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସେମାନଙ୍କୁ ପଠାଯାଇଥିଲା ।

ଗତ ବର୍ଷ ଦାନଗଦୀ ଓ ସୁକିନ୍ଦା ବ୍ଲକର ପ୍ରାୟ ୧୨,୨୩୧ ଜଣ ମହିଳା (୧୮ ବର୍ଷ ରୁ ଅଧିକ ବୟସ୍କ) ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇ କିପରି ନିଜ ସ୍ତନ ପରୀକ୍ଷା କରିବେ ସେ ନେଇ ପ୍ରଶିକ୍ଷଣ ନେଇଥିଲେ । ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ଥିଲା ସ୍ତନ ପରିବର୍ତ୍ତନକୁ ଶୀଘ୍ର ଚିହ୍ନଟ କରିବା ଏବଂ ଆବଶ୍ୟକ ପଦକ୍ଷେପ ଅନୁସରଣ କରିବା, ଯାହା ଦ୍ୱାରା ସେମାନେ ନିଜକୁ ସ୍ତନ କର୍କଟ ଭଳି ଭୟାବହ ରୋଗରୁ ରକ୍ଷା କରିପାରିବେ। ଅନ୍ୟପକ୍ଷରେ ବିଭିନ୍ନ ଏନସିଡିର ସମସ୍ତ ସନ୍ଦିଗ୍ଧମାନଙ୍କ ପରୀକ୍ଷା ଓ ଚିକିତ୍ସା ପାଇଁ ସରକାରୀ ସ୍ୱାସ୍ଥ୍ୟସେବା ସହ ଯୋଡ଼ାଯାଇଥିଲା। କମ୍ୟୁନିଟି ଦ୍ୱାରା କରାଯାଇଥିବା ଏହି ପ୍ରତିଷେଧକ ପ୍ରୟାସ କେବଳ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ଚାହୁଁଥିବା ଆଚରଣ ସୃଷ୍ଟି କରେ ନାହିଁ ବରଂ ସ୍ଥାନୀୟ ଅଞ୍ଚଳରେ ଅଧିକ ବ୍ୟାପିଥିବା କ୍ରୋନିକ୍ କିଡନୀ ରୋଗ (ସିକେଡି) ବିରୁଦ୍ଧରେ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରିଆସୁଛି ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସମ୍ପ୍ରଦାୟ ସହିତ ଜଡ଼ିତ ଲୋକମାନଙ୍କୁ ଏଥିରେ ସାମିଲ କରି ସେମାନଙ୍କୁ ନିଜ ସ୍ୱାସ୍ଥ୍ୟର ଦାୟିତ୍ୱ ନେବାପାଇଁ ସଶକ୍ତ କରିବା, ଅଧିକ ସଂଖ୍ୟକ ଏନସିଡି ସନ୍ଦିଗ୍ଧଙ୍କୁ ଶୀଘ୍ର ଚିହ୍ନଟ କରିବା, ସେମାନଙ୍କୁ ତଦାରଖ କରିବା, ଚିକିତ୍ସାକୁ ସରଳ କରିବା ଏବଂ ସ୍ଥାନୀୟ ଅଞ୍ଚଳରେ ଏନସିଡି ମାମଲା ସଂଖ୍ୟା ହ୍ରାସ କରିବା। ଦାନଗଦୀ ଏବଂ ସୁକିନ୍ଦାବାସୀଙ୍କ ପାଇଁ ଏକ ସୁସ୍ଥ ଏବଂ ଅଧିକ ସୁଦୃଢ଼ ଭବିଷ୍ୟତ ସୃଷ୍ଟି କରିବା ।

Leave A Reply

Your email address will not be published.