Latest Odisha News

BREAKING NEWS

ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ, ଚିକିତ୍ସା ନପାଇ ରୋଗୀ ନିରାଶ

କେନ୍ଦୁଝର: ନିଯୁକ୍ତିର ପ୍ରତିଶ୍ରୁତି ଦେଇ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଆୟୁଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ। ଏପଟେ ରୋଗୀ ଚିକିତ୍ସା ନପାଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ବକ୍ସିବାରିଗାଁ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରତିଦିନ ୫୦ରୁ ଉର୍ଦ୍ଧ୍ବ ରୋଗୀ ଆୟୁଷ ଡାକ୍ତରଙ୍କଠାରୁ ସେବା ପାଇଥାନ୍ତି। ଡାକ୍ତରମାନେ କୋଭିଡ଼ରୁ ଆରମ୍ଭ କରି ଓପିଡ଼ି, ଆଇପିଡ଼ି, ଆପାତକାଳିନ, ପ୍ରସୂତିକାଳୀନ, ଇ ସଞ୍ଜିବନୀ ଓ ଟେଲି ମେଡ଼ିସିନ ସେବା ଭଳି ୧୫ ପ୍ରକାରର କାମ କରିଥାନ୍ତି। ଯାହାଦ୍ୱାରା କମ୍ ଖର୍ଚ୍ଚରେ ରୋଗୀ ସେବା ପାଇଥାନ୍ତି। ହେଲେ ଏମାନଙ୍କ ଅସହଯୋଗ ପାଇଁ ରୋଗୀମାନେ ଚିକିତ୍ସା ନପାଇ ସ୍ୱାସ୍ଥ୍ୟକେନ୍ଦ୍ରରୁ ଫେରିଯାଉଥିବା ଦେଖିବାକୁ ମିଳିଛି।

ଏପଟେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରମାନେ ଉପସ୍ଥିତ ଥାଇ ରୋଗୀଙ୍କୁ ଦେଖୁନଥିବା କଥା ଜଣେ ଆୟୁଷ ଡାକ୍ତରଙ୍କୁ ପଚାରିବାରୁ ସେ କହିଲେ, ଆମେ ଓପିଡ଼ି ଛଡ଼ା ଅନ୍ୟ କିଛି କାମ କରୁନାହୁଁ। ସରକାର ଆମକୁ ଅସହଯୋଗ କରୁଥିବାରୁ ଆମେ ଅସହଯୋଗ ଆନ୍ଦୋଳନ କରିଛୁ।

ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ଜିଲ୍ଲାରେ ୬୧ଜଣ ଠିକା ଭାବେ ନିଯୁକ୍ତି ପାଇଥିଲେ। ୬ବର୍ଷ ପରେ ସ୍ଥାୟୀ ନିଯୁକ୍ତି ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ୧୪ବର୍ଷ ପରେବି ଏମାନଙ୍କ ଦାବିକୁ ପୂରଣ କରାଯାଇନାହିଁ। ଏଥିପାଇଁ ଅକ୍ଟୋବର ୨ରୁ ସମସ୍ତ ଆୟୁର୍ବେଦିକ, ହୋମିଓପ୍ୟାଥି ଓ ଆୟୁଷ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ ଦାବିକୁ ପୂରଣ ନକରାଗଲେ ଆଗାମୀ ଦିନରେ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇ ଜିଲ୍ଲାପାଳଙ୍କୁ ଏକ ସ୍ମାରକପ ପତ୍ର ପ୍ରଦାନ କରିଛନ୍ତି।

Leave A Reply

Your email address will not be published.