Latest Odisha News

BREAKING NEWS

କେରଳରେ ବର୍ଷା ବିତ୍ପାତ; ମୃତ୍ୟୁ ସଂଖ୍ୟା ୯ ଛୁଇଁଲା

ଥିରୁବନନ୍ତପୁରମ୍‌: ଭୂସ୍ଖଳନ ଓ ପ୍ରବଳ ବର୍ଷା ଯୋଗୁଁ କେରଳରେ ବନ୍ୟା ବିତ୍ପାତ ସୃଷ୍ଟି ହୋଇଛି। ଯାହା ଫଳରେ କେରଳରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ ଆହୁରି ଅଧିକ ଲୋକ ନିଖୋଜ ଅଛନ୍ତି। ରିପୋର୍ଟ  ମୁତାବକ, କୋଟାୟାମ ଜିଲ୍ଲାର ଆଉ ତିନିଟି ମୃତଦେହ ଉଦ୍ଧାର କରାଯାଇଛି।

ଶନିବାର ଦିନ କୋଟାୟାମ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଇଡୁକି ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ବୋଲି ଜଳ ସମ୍ପଦ ମନ୍ତ୍ରୀ ରବିବାର ସକାଳେ କହିଛନ୍ତି।

ଶୁକ୍ରବାରଠାରୁ କେରଳରେ ପ୍ରବଳ ବର୍ଷା ହେତୁ କେରଳର ଭୟଙ୍କର ପରିସ୍ଥିତି ଉପୁଜିଛି। ଶନିବାର ଦିନ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଏକ ଉଚ୍ଚସ୍ତରୀୟ ବୈଠକ କରି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛନ୍ତି।

Leave A Reply

Your email address will not be published.