Latest Odisha News

ନୂରଜାହାଁ ଆମ୍ବ ମାର୍କେଟକୁ ଆସିବା ପୂର୍ବରୁ ବୁକିଂ, ଏଥର ଗୋଟିଏ ଆମ୍ବର ମୂଲ୍ୟ ରହିଛି ୧୦୦୦ ଟଙ୍କା

ଇନ୍ଦୋର: ନୂରଜାହାଁ ଆମ୍ବ ଏଥର ଫଳପ୍ରେମୀକୁ ନିଶ୍ଚିତ ଭାବେ ମଧୁର ସ୍ୱାଦ ଦେବେ । ଆମ୍ବର ରାଣୀ ଭାବେ ପରିଚିତ ନୂରଜାହାଁ ମାର୍କେଟକୁ ଆସିବା ପୂର୍ବରୁ ଆଡାଭାନ୍ସ ବୁକିଂ ହୋଇସାରିଛି । ଆଫଗାନିସ୍ତାନର ଏହି ପ୍ରଜାତି ମଧ୍ୟପ୍ରଦେଶର ଅଳ୍ପ କେତେକ ସ୍ଥାନରେ ହୋଇଥାଏ । ଗତଥର ପାଗ ଯୋଗୁ ଏହି ଆମ୍ବ ପାଟିକୁ ମିଠା କରିପାରି ନ ଥିଲା ।

ଏଥର କିନ୍ତୁ ଅଲିରାଜପୁର ଜିଲ୍ଲାରେ ଏହି ଆମ୍ବର ଫସଲ ଭଲ ହୋଇଛି । ଏହାକୁ ଦେଖି ଆମ୍ବପ୍ରେମୀମାନେ ବଗିଚାକୁ ଯାଇ ଆଗୁଆ ଏହାକୁ ବୁକିଂ କରି ସାରିଛନ୍ତି । ବଜାରରେ ଏହା ଉପଲବ୍ଧ ହେବା ସମ୍ଭାବନା କ୍ଷୀଣ ରହିଛି । ଏହି ଆମ୍ବ ୩ କେଜି ପାଖାପାଖି ଓଜନର ହୋଇଥାଏ ।

Comments are closed.